ମନ୍ଦିର ଉନ୍ନୟନ ପରିଷଦ ପକ୍ଷରୁ ସ୍ଵର୍ଣ୍ଣ କୁଣ୍ଡଳ ପ୍ରଦାନ…

add-all

ହିଞ୍ଜିଳିକାଟୁ ୧୧।୪ ସିଦ୍ଧେଶ୍ଵର ମନ୍ଦିର ଉନ୍ନୟନ ପରିଷଦ ପକ୍ଷରୁ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଈଯାଇଅଛି।ଏହି ସ୍ରମ୍ଭର୍ଦ୍ଧନା ସଭାରେ ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ମୋହନକଲୋନି ଵାସିନ୍ଦା ଜଣାଶୁଣା ଵିଦ୍ବାନ ପଣ୍ଡିତ ଶରତ ଚନ୍ଦ୍ର ଷଡ଼ଙ୍ଗୀ ଙ୍କୁ କଵିସୂର୍ଯ୍ୟନଗର ଅନ୍ତର୍ଗତ ପାଇକ ଯମୁନା ପାହାଡରେ ଅବସ୍ଥିତ ସିଦ୍ଧେଶ୍ଵର ମହାଦେବଙ୍କ ମନ୍ଦିର ପରିସରରେ ସିଦ୍ଧେଶ୍ଵର ମନ୍ଦିର ଉନ୍ନୟନ ପରିଷଦ ପକ୍ଷରୁ ସ୍ଵର୍ଣ୍ଣ କୁଣ୍ଡଳ ପ୍ରଦାନ କରାଯାଇଛି।ହିଞ୍ଜିଳିକାଟୁ ର ଜଣାଶୁଣା ଵିଦ୍ବାନ ପଣ୍ଡିତ ଶରତ ଚନ୍ଦ୍ର ଷଡ଼ଙ୍ଗୀ ମନ୍ଦିରରେ ପୂଜା ପାଠ କରିବା ସହ ସମସ୍ତ ଙ୍କ ମଙ୍ଗଳ କାମନା କରିଥିଲେ। ଆୟୋଜିତ କାର୍ଯ୍ୟକ୍ରମରେ ଆସିକା ବିଧାୟିକା ମଞ୍ଜୁଳା ସ୍ବାଇଁ, ସ୍ବେଛାସେବୀ ନଚିକେତା ସ୍ବାଇଁ ପରିଷଦର ସଭାପତି ଙ୍କ ସହ ପରିଷଦର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ।

ad-week
Leave A Reply

Your email address will not be published.