ଜାଲ ପ୍ରମାଣପାତ୍ର ରେ ଅଙ୍ଗନବାଡି କର୍ମୀ ନିଯୁକ୍ତି ମାମଲା : ଜେଲ ଦଣ୍ଡ ସହ ଜରିମାନା

add-all

ବୌଦ୍ଧ : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ରେ ଜଣେ ଅଭିଯୁକ୍ତ ଜାଲ ପ୍ରମାଣପାତ୍ର ଦେଇ ଅଙ୍ଗନବାଡି କର୍ମୀ ନିଯୁକ୍ତି ହୋଇଥିବା ନେଇ ବିଚାରଧୀନ ମାମଲାର ରାୟ ପ୍ରକାଶ ପାଇଛି l ଅଭିଯୁକ୍ତକୁ ସୋମବାର ହରଭଙ୍ଗା ଜେଏମଏଫସି କୋଟ 3ବର୍ଷ ଜେଲ ଦଣ୍ଡ ସହ 5000ହଜାର ଟଙ୍କା ଜରିମାନା କରିଥିବା ସୂଚନା ମିଳିଛି l ସୂଚନାମତେ ହରଭଙ୍ଗା ଥାନା ଜବଲପୁର ଗ୍ରାମର ପୁଷ୍ପାଞ୍ଜଳି ଜଗଦଳା ନାମକ ଅଙ୍ଗନବାଡି କର୍ମୀ ବୌଦ୍ଧଜିଲ୍ଲା ସିଙ୍ଗାରି ହାଇସ୍କୁଲ ରୁ ଜାଲ ଦଶମ ଶ୍ରେଣୀ ପ୍ରମାଣପାତ୍ର ଦେଇ ନିଯୁକ୍ତି ପାଇଥିବା ବେଳେ ଏହାକୁ ନେଇ 2014ମସିହା ରେ ଅପର ପକ୍ଷ ଲୋକ ସୂଚନା ଅଧିକାର ଆଇନ ବଳରେ କର୍ମୀଙ୍କ ନିଯୁକ୍ତି ନେଇ ତଥ୍ୟ ମାଗିଥିଲେ l ପ୍ରମାଣପାତ୍ର ଜାଲଥିବା ଜାଣି ଉପସ୍ଥିତ ଅଧିକାରୀଙ୍କୁ ଅଭିଯୋଗ ସହ ଥାନାରେ ମାମଲା ରୁଜୁ କରାଯାଇଥିଲା l ଏହା 9 ବର୍ଷ ହେଲା କୋର୍ଟରେ ବିଚାରଧୀନ ଥିଲା l ସୋମବାର ଦିନ ହରଭଙ୍ଗା ମାଜିଷ୍ଟ୍ରେଟ ଶୁଭଙ୍କର ମହାନ୍ତି ସମସ୍ତ ତଥ୍ୟକୁ ଆଧାରକରି ଅଭିଯୁକ୍ତ ଅଙ୍ଗନବାଡି କର୍ମୀଙ୍କୁ ଜେଲ ଦଣ୍ଡ ସହ ଜରିମାନା କରିଛନ୍ତି l ଏହି ମାମଲା ରେ ସରକାରୀ ଓକିଲ ଅଜିତ ପରିଡା ଓ ବିପକ୍ଷ ପକ୍ଷ ଓକିଲ ଅଜିତ ବାରିକ ରହିଥିବା ଜଣା ପଡିଛି l

ad-week
Leave A Reply

Your email address will not be published.