କୋର୍ଟପେଟା କାଶୀ ବିଶ୍ୱନାଥ ବୋଲବମ ସଂଘ ପକ୍ଷରୁ ଦଣ୍ଡନୃତ୍ୟ

add-all

ବ୍ରହ୍ମପୁର : ବ୍ରହ୍ମପୁର ସହରର କୋର୍ଟପେଟା କାଶୀ ବିଶ୍ୱନାଥ ବୋଲବମ ସଂଘ ପକ୍ଷରୁ ଦଣ୍ଡନୃତ୍ୟ ଅନୁଷ୍ଠିତ ହୋଇଛି । ଗଞ୍ଜାମ ଜିଲ୍ଲାରେ ଚାତ୍ର ମାସରେ ପାରମ୍ପାରିକ ଦଣ୍ଡନୃତ୍ୟ ପରିବେଷଣ ହେଉଥିବା ବେଳେ ଗତ ୧୨ ବର୍ଷ ଧରି କ୍ରମାଗତ ଭାବରେ କୋର୍ଟପେଟା କାଶୀ ବିଶ୍ୱନାଥ ବୋଲବମ ସଂଘ ପକ୍ଷରୁ କୋର୍ଟପେଟା ଛକ ନିକଟରେ ଏଭଳି ଦଣ୍ଡନୃତ୍ୟ କରାଯାଇ ଆସୁଥିବା ବେଳେ ଚଳିତବର୍ଷ ଏରେନ୍ଦ୍ରା ପୁଞ୍ଜା ଦଣ୍ଡନୃତ୍ୟ ଅନୁଷ୍ଠିତ ହୋଇଥିଲା । ଚଳିତବର୍ଷ ଦଣ୍ଡଯାତ୍ରା ପାଇଁ ମଙ୍ଗଳବାର ସକାଳ ସମୟରେ ମାଁଙ୍କୁ ମେଲାଣି କରାଯାଇ କୁମ୍ଭ ଢଳାଯିବା ପରେ ଧୁଳିଦଣ୍ଡ , ପାଣି ଦଣ୍ଡ ଏବଂ ସଂନ୍ଧ୍ୟା ସମୟରେ ମାଁ ଙ୍କ ଆଳତୀ କରାଯାଇଥିଲା । ଏହି ସମସ୍ତ କାର୍ଯ୍ୟକୁ ସଂଘର ସଭାପତି ଦିନେଶ ଦୋରା, ଉପ-ସଭାପତି ଅଶ୍ୱିନୀ ଦାସ,ସମ୍ପାଦକ ଶ୍ରୀକାନ୍ତ ମହାନ୍ତି, ବାବୁ ମହାରଣା,ଆଶିଷ ସାହୁ,ପି ବିଶ୍ୱନାଥ, ଅଜିତ ମହାପାତ୍ର, ପିଙ୍କୁ ମହାରଣା, ଗୌରୀ ଶଙ୍କର ମିଶ୍ର , ସୀମାଞ୍ଚଳ ସାବତ , ଟିଟୁ ମହାନ୍ତି ,ଶଙ୍କର ପାଣିଗ୍ରାହୀ , ସନ୍ତୋଷ ଜେନା ,ସନ୍ତୋଷ ରାଉଳ, ସଞ୍ଜୟ ମହାନ୍ତି ,ପ୍ରେମଜିତ ସାହୁ ,ଅରୁଣ ପଣ୍ଡା, ପ୍ରଶାନ୍ତ ପାତ୍ର ,ଜଗା , ମୁରଲୀ ପ୍ରଧାନ ,ବବୁଲ ବେହେରା, ଶୁଭେନ୍ଦୁ ,ନିଲୁ ସାହୁ,ଜିତୁ ପଣ୍ଡା, ,ସନ୍ତୋଷ ମହାରଣା କାହ୍ନୁ ଗୌଡ଼ ,ଶ୍ରବଣ ଦାଶ, କପିଳ ପାଢ଼ୀ ଙ୍କ ସମେତ ସଂଘର ସମସ୍ତ ସଦସ୍ୟ ଉପସ୍ଥିତ ରହି ହର ଦଣ୍ଡ ନାଚ ସମୟରେ ସମସ୍ତ ପ୍ରକାର କାର୍ଯ୍ୟ ପରିଚାଳନ୍ନାରେ ସହଯୋଗ କରିଥିଲେ ।

ad-week
Leave A Reply

Your email address will not be published.