ସମସ୍ତ ଜନ ପ୍ରତିନିଧି, ସରକାରୀ ପଦାଧିକାରୀମାନଙ୍କର ମିଳିତ ସହଯୋଗରେ ଜିଲ୍ଲାର ଉନ୍ନତି : ସାଂସଦ ଡଃ ଅଚ୍ୟୁତ ସାମନ୍ତ

add-all

ଫୁଲବାଣୀ : କନ୍ଧମାଳ ଜିଲ୍ଲାର ସମସ୍ତ ଜନ ପ୍ରତିନିଧି, ସରକାରୀ ପଦାଧିକାରୀ ମାନଙ୍କର ମିଳିତ ସହଯୋଗରେ ଜିଲ୍ଲାର ଉନ୍ନତି ହୋଇପାରିବ ବୋଲି ମାନନୀୟ କନ୍ଧମାଳ ସାଂସଦ ଅଚ୍ୟୁତାନନ୍ଦ ସାମନ୍ତ ଜିଲ୍ଲା ଉନ୍ନୟନ ସମନ୍ଵୟ ଏବଂ ମନିଟରିଂ କମିଟି (ତୃତୀୟ ଦିଶା) ବୈଠକରେ କହିଥିଲେ ।
ସାଂସଦ ଡଃ.ସାମନ୍ତଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଆଜି ଅନୁଷ୍ଠିତ ଜିଲ୍ଲା ପରିଷଦ, କନ୍ଧମାଳର ତୃତୀୟ ଦିଶା ଅଧିବେଶନରେ ମାନ୍ୟବର ସାଂସଦ ବିଭିନ୍ନ ବିଭାଗର କାର୍ଯ୍ୟକ୍ରମର ଅଗ୍ରଗତି ସମ୍ପର୍କରେ ସଂପୃକ୍ତ ପଦାଧିକାରୀମାନଙ୍କ ଠାରୁ ଶୁଣିବା ସହିତ ମାନ୍ୟବର ଘୁ.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ, ମାନ୍ୟବର ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁର, ମାନ୍ୟବର ଫୁଲବାଣୀ ବିଧାୟକ ଅଙ୍ଗଦ କହଁର, କନ୍ଧମାଳ ଜିଲ୍ଲା ପରିଷଦର ମାନନୀୟ ଅଧ୍ୟକ୍ଷା ସୁଶ୍ରୀ ନନ୍ଦିନୀ ମଲ୍ଲିକଙ୍କ ସମେତ ଉପସ୍ଥିତ ଜନ ପ୍ରତିନିଧି ମାନଙ୍କ ଠାରୁ ସେମାନଙ୍କ ଅଞ୍ଚଳର ରାସ୍ତା, ଜଳ ଯୋଗାଣ, ଶିକ୍ଷା ଓ ଅନ୍ୟାନ୍ୟ ବିଭାଗର ସମସ୍ୟା ଶୁଣିଥିଲେ ।
ପ୍ରାରମ୍ଭରେ ଗତ ତା.୨୪.୦୫.୨୦୨୨ ରିଖରେ ଅନୁଷ୍ଠିତ ହୋଇଯାଇଥିବା ଗୃହର ଏକାଦଶତମ ଅଧିବେଶନ ର ଆଲୋଚ୍ୟ ବିବରଣୀକୁ ଆଧାର କରି ସଂପୃକ୍ତ ଜିଲ୍ଲା ସ୍ତରୀୟ ଅଧିକାରୀଙ୍କ ଦ୍ୱାରା ପ୍ରଦତ୍ ଅନୁପାଳନ ପଠନ ସହିତ ଦୃଢ଼ୀକରଣ କରାଯାଇ ଥିଲା।କନ୍ଧମାଳ ଜିଲ୍ଲା ପରିଷଦ ଏମ୍.ସି.ଙ୍କ ସୁତ୍ରରୁ ପ୍ରକାଶ ଯେ, ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ, ଓଡ଼ିଶା ସରକାରଙ୍କ ନିର୍ଦ୍ଦେଶ କ୍ରମେ ଆର୍ଥିକ ବର୍ଷ ୨୦୨୨- ୨୦୨୩ ରେ ୩୨୧ କୋଟି ୬୬ ଲକ୍ଷ୭୬ ହଜାର ଟଙ୍କା ବିନିମୟରେ କାର୍ଯ୍ୟ ଯୋଗାଇ ୧ କୋଟି ୮ ଲକ୍ଷ ୭୭ ହଜାର ୩୭୩ ଶ୍ରମ ଦିବସ ସୃଷ୍ଟି କରି ଗ୍ରାମାଞ୍ଚଳର ଜବ୍‌ କାର୍ଡ଼ଧାରୀଙ୍କୁ ରାଜଗାର ଯୋଗାଇ ଦିଆଯାଇଛି । ଏହି ଜିଲ୍ଲା ବିଗତ ବର୍ଷରେ ୪୩ ହଜାର ୬ ଶହ ୧୬ ପରିବାରକୁ ୧୦୦ ଦିନର ଶ୍ରମ ଦିବସ ପ୍ରଦାନ କରିପାରିଛି ଏବଂ ପ୍ରତ୍ୟେକ ପରିବାରକୁ ଗୋଟିଏ ଆର୍ଥିକ ବର୍ଷରେ ହାରାହାରି ୭୫ ଦିନ ଶ୍ରମ ପ୍ରଦାନ କରିପାରିଛି । ବୈଦ୍ୟୁତିକ ପ୍ରଣାଳୀ ମାଧ୍ୟମରେ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ସମସ୍ତ ହିତାଧିକାରୀ ମାନଙ୍କୁ ମଜୁରୀ ପ୍ରଦାନ କରିବାରେ ଚିରନ୍ତନ ପ୍ରୟାସ ଜାରି ରଖି ଜିଲ୍ଲା ୯୯ ଶତକଡ଼ା ସଫଳ ହୋଇପାରିଛି। ଡି.ପି.ଏମ୍., ଓଡ଼ିଶା ଜିବିକା ମିଶନଙ୍କ ସୂତ୍ରରୁ ପ୍ରକାଶ ଯେ, ଜିଲ୍ଲାରେ କୃଷି, ପନିପରିବା, ଫଳ ଓ ଫୁଲ ଚାଷ, କୁକୁଡ଼ା, ଛେଳି ଓ ଗାଇ ପାଳନ ପାଇଁ ବିଭିନ୍ନ ଜୀବିକା ପ୍ରକଳ୍ପ ହାତକୁ ନିଆଯିବ । ଆର୍ଥିକ ସକ୍ଷରତା ଦିଗରେ ସ୍ବୟଂ ସହୟିକା ଗୋଷ୍ଠୀ ମା’ ମାନଙ୍କର ବୀମା ସହିତ ବ୍ୟାଙ୍କ ଲିଙ୍ଗେଜ୍କୁ ପ୍ରାଧାନ୍ୟ ଦିଆଯିବ। ସେମାନଙ୍କର ରୋଜଗାର ବଢ଼ାଇବା ପାଇଁ ବିଭିନ୍ନ ଜୀବିକା କାର୍ଯ୍ୟକ୍ରମମାନ କରାଯିବ । କନ୍ଧମାଳ ଜିଲ୍ଲା ପରିଷଦର ଡେପୁଟି ସି.ଇ.ଓ., ଓରମାସ୍‌ଙ୍କ ସୂତ୍ରରୁ ପ୍ରକାଶଯେ, ଦୀନ୍ ଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଲ୍ୟ ଯୋଜନା ମାଧ୍ୟମରେ ୧ ହଜାର ୬୬ଜଣ ଲକ୍ଷ ଧାର୍ଯ୍ୟ ଥିବାବେଳେ ୧ ହଜାର ୭୬ ଜଣ ଗ୍ରାମୀଣ ଯୁବକ ଯୁବତୀଙ୍କୁ ଦକ୍ଷତା ବୃଦ୍ଧି ପାଇଁ ଜିଲ୍ଲା ବାହାରକୁ ପଠାଯାଇଛି । ସେହିପରି, ୪୬୧ ଜଣ ଗ୍ରାମୀଣ ଯୁବକ ଯୁବତୀଙ୍କୁ ଦକ୍ଷତା ବୃଦ୍ଧି ପାଇଁ ତାଲିମ ପ୍ରଦାନ କରାଯାଇଥିବାବେଳେ ସେମାନଙ୍କ ମଧ୍ୟରୁ ୨୬୨ ଜଣ ବିଭିନ୍ନ ଅନୁଷ୍ଠାନ ତଥା କମ୍ପାନୀରେ ନିଯୁକ୍ତି ପାଇପାରିଛନ୍ତି । ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା(ଗ୍ରାମୀଣ), ଶ୍ୟାମ ପ୍ରଶାଦ ମୁଖାର୍ଜୀ ରୁରବାନ୍ ମିଶନ୍, ସ୍ବଚ୍ଛ ଭାରତ ମିଶନ୍, ପ୍ରଧାନ ମନ୍ତ୍ରୀ କ୍ରିଷି ସିଚାଇ ଯୋଜନା, ଦୀନ ଦୟାଲ ଉପଧ୍ୟାୟ ଗ୍ରାମ୍ ଜ୍ୟୋତି ଯୋଜନା, ପ୍ରଧାନ ମନ୍ତ୍ରୀ ଫସଲ ବୀମା ଯୋଜନା, ପ୍ରଧାନ ମନ୍ତ୍ରୀ ଉଜ୍ଜଳ ଯୋଜନା, ସର୍ବ ଶିକ୍ଷା ଅଭିଯାନ, ଜାତୀୟ ଉଦ୍ୟାନ କୃଷି ମିଶନ ଆଦି ବିଭାଗର କାର୍ଯକ୍ରମର ଅଗ୍ରଗତି ସମ୍ପର୍କରେ ଆଲୋଚନା କରାଯାଇଥିଲା। ମୁଖ୍ୟ ଉନ୍ନୟନ ଅଧିକାରୀ –ତଥା- ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, କନ୍ଧମାଳ ବିଶ୍ୱରଞ୍ଜନ ନାୟକ ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିବାବେଳେ ଅତିରିକ୍ତ ନିର୍ବାହୀ ଅଧିକାରୀ,ପ୍ରକଳ୍ପନିର୍ଦ୍ଦେଶକ (ପ୍ରଶାସନ), କନ୍ଧମାଳ ଜିଲ୍ଲା ପରିଷଦ ହର ପ୍ରସାଦ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ।ଉକ୍ତ ବୈଠକ ରେ ଦିଶା କମିଟିର ସମସ୍ତ ସଭ୍ୟ/ସଭ୍ୟା, ବ୍ଲକ ଅଧ୍ୟକ୍ଷ/ଅଧ୍ୟକ୍ଷା, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ବିଭାଗୀୟ ପଦାଧିକାରୀ ଓ ଗଣମାଧ୍ୟମର ପ୍ରତିନିଧି ମାନେ ଯୋଗଦେଇଥିଲେ ।

ad-week
Leave A Reply

Your email address will not be published.