ଅଧିକ ମାନବୀୟ ସହାୟତା ଲୋଡ଼ି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଚିଠି ଲେଖିଛନ୍ତି ଜେଲେନ୍‌ସ୍କି

add-all

ନୂଆଦିଲ୍ଲୀ: ଅଧିକ ମାନବୀୟ ସହାୟତା ନିମନ୍ତେ ଅନୁରୋଧ କରି ୟୁକ୍ରେନ୍‌ର ରାଷ୍ଟ୍ରପତି ଭୋଲୋଦିମିର୍‌ ଜେଲେନ୍‌ସ୍କି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପତ୍ର ଲେଖିଥିବା କଥା ଆଜି ଭାରତର ବୈଦେଶିକ ମନ୍ତ୍ରାଳୟ କହିଛି।
ଏ ସଂକ୍ରାନ୍ତରେ ଜାରି କରିଥିବା ବିବୃତିରେ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରାଳୟ କହିଛି, ପ୍ରଧାନମନ୍ତ୍ରୀ ମୋଦୀଙ୍କ ନାଁରେ ଆସିଥିବା ଉକ୍ତ ଚଠିକୁ ଭାରତ ଗସ୍ତରେ ଆସିଥିବା ୟୁକ୍ରେନ୍‌ର ଉପବୈଦେଶିକ ମନ୍ତ୍ରୀ ଏମାଇନ୍‌ ଜାପାରୋଭା ମଙ୍ଗଳବାର ଦିନ ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ମୀନାକ୍ଷି ଲେଖିଙ୍କୁ ଦେଇଥିଲେ।
ଔଷଧ ଏବଂ ଡାକ୍ତରୀ ଉପକରଣ ସମେ‌ତ ଆହୁରି ମାନବୀୟ ସହାୟତା ପଠାଇବା ପାଇଁ ୟୁକ୍ରେନ୍‌ ଉକ୍ତ ପତ୍ରରେ ଅନୁରୋଧ କରିଛି।
ଏହାଛଡ଼ା, ୟୁକ୍ରେନ୍‌ ପ୍ରସ୍ତାବ ଦେଇଛି ଯେ, ତାଙ୍କ ଦେଶରେ ଭିତ୍ତିଭୂମି ପୁନଃନର୍ମାଣ କାର୍ଯ୍ୟ ଭାରତୀୟ କମ୍ପାନିମାନଙ୍କ ପାଇଁ ଉତ୍ତମ ସୁଯୋଗ ସୃଷ୍ଟି କରିବ। ସେହିପରି, ବିଦେଶୀ ଡାକ୍ତରୀ ଶିକ୍ଷାର୍ଥୀମାନଙ୍କୁ ନିଜ ନିଜ ଦେଶରେ ‘ୟୁନିଫାଏଡ୍‌ ଷ୍ଟେଟ୍‌ କ୍ବାଲିଫିକେସନ୍‌ ଏକ୍‌ଜାମ୍‌’ ଦେବା ପାଇଁ ୟୁକ୍ରେନ୍‌ ଅନୁମତି ଦେଇଛି। ଫଳରେ ଯୁଦ୍ଧଯୋଗୁଁ ୟୁକ୍ରେନ୍‌ ଛାଡ଼ି ଚାଲି ଆସିଥିବା ହଜାର ହଜାର ଭାରତୀୟ ଡାକ୍ତରୀ ଶିକ୍ଷାର୍ଥୀ ଉପକୃତ ହେବେ ବୋଲି ଏମାଇନ୍‌ ଜାପାରୋଭା କହିଥିବା କଥା ଭାରତର ବୈଦେଶିକ ମନ୍ତ୍ରାଳୟ କହିଛି।

ad-week
Leave A Reply

Your email address will not be published.