
ବ୍ରହ୍ମପୁର : ରେଡ଼ିଓ ଷ୍ଟେସନ ନିକଟରେ ଜୈନିକ ବ୍ୟକ୍ତିଙ୍କ ବାସଭବନରେ ଅଗ୍ନିକାଣ୍ଡ ଘଟିଛି। ଏସି ରୁ ସଟ ସର୍କିଟ ଯୋଗୁଁ ଲୋଚାପଡା ମୁଖ୍ୟ ରାସ୍ତା ରେଡ଼ିଓ ଷ୍ଟେସନ ନିକଟରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି।ସୌଣ୍ଢିକ ସମାଜର ପୂର୍ବତନ ସଭାପତି ପ୍ରଭାକର ସାହୁ ଙ୍କ ଘରେ ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି।।ଏଥିରେ ପ୍ରଭାକର ସାହୁ ଓ ତାଙ୍କ ସ୍ତ୍ରୀ ଉତ୍ତରା ସାହୁ ଗୁରୁତର ହୋଇଛନ୍ତି। ପ୍ରଭାକର ଶ୍ୱାସରୁଦ୍ଧ ହୋଇ ଗୁରୁତର ହୋଇଥିବା ବେଳେ ଉତ୍ତରାଙ୍କ ଶରୀର କିଛି ପ୍ରତିଶତ ଜଳିଯାଇଥିବା ଜଣାପଡିଛି। ଅଗ୍ନିଶମ ବିଭାଗ ସହ ସ୍ଥାନୀୟ କର୍ପୋରେଟର ଦୁର୍ଗା କୁମାର ଲାୟକ ଘରଭିତରେ ପଶିଥିଲେ। କୋଠରୀ ଭିତରୁ ଉଭୟଙ୍କୁ ଉଧାର କରି ପ୍ରଥମେ ସିଟି ହସ୍ପିଟାଲ ପରେ ଏମକେସିଜି ସ୍ଥାନାନ୍ତର କରିଛନ୍ତି। ଏସି ସଟ ସର୍କିଟ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥିବା ପ୍ରାଥମିକ ଅନୁସନ୍ଧାନରେ ଜଣାପଡିଛି। ଗୁରୁତର ହୋଇଥିବା ଦମ୍ପତିଙ୍କ ଚିକିତ୍ସା ନିମନ୍ତେ ଏକକେସିଜି ରେ ଭର୍ତ୍ତି କରାଯାଇଥିବା ଜଣାପଡିଛି।ତେବେ ଏମକେସିଜି ମେଡ଼ିକାଲ ରେ ବର୍ଣ୍ଣ ୟୁନିଟ ନଥିବା ଯୋଗୁଁ ଏଭଳି ଦୁର୍ଘଟଣା ର ଶିକାର ହୋଇଥିବା ରୋଗୀଙ୍କୁ ଉତ୍ତମ ସେବା ଯୋଗାଇ ଦିଆଯାଇପାରୁନି। ବାରମ୍ବାର ବିଭିନ୍ନ ସଙ୍ଘଠନ ଏବଂ ରାଜନୈତିକ ଦଳ ପକ୍ଷରୁ ଦାବି ହେଲେ ମଧ୍ୟ କୌଣସି ପଦକ୍ଷେପ ଏପର୍ଯ୍ୟନ୍ତ ଗ୍ରହଣ କରାଯାଇ ନାହିଁ।