ଦେଢ କୁଇଣ୍ଟାଲ ଗଞ୍ଜେଇ ଜବତ…

add-all

ବ୍ରହ୍ମପୁର : ବ୍ରହ୍ମପୁର ଅବକାରୀ ଗୁଇନ୍ଦା ମିଳିଛି ବଡ଼ ସଫଳତା | ମୋହନାରୁ ଭୁବନେଶ୍ୱର କୁ ଗଞ୍ଜେଇ ଚୋରା ଚାଲାଣ ସମୟରେ ଦେଢ଼ କୁଇଣ୍ଟାଲ ଗଞ୍ଜେଇ ଜବତ ଜଣେ ଗିରଫ ହୋଇଛି।

ଆଜି ପୂର୍ବାହ୍ନ ରେ ବିଶେଷ ସୂତ୍ରରୁ ଖବର ପାଇଁ ବ୍ରହ୍ମପୁର ଫାଷ୍ଟ ଗେଟ ଅଞ୍ଚଳରେ ଯାଞ୍ଚ କରିଥିଲା ଅବକାରୀ ପୋଲିସ।ଏହି ସମୟ ରେ ଏକ ଇନୋଭା କାର କୁ ଅଟକାଇ ତାକୁ ଯାଞ୍ଚ କରିବା ପରେ ତା ଭିତରୁ ଶହେ ପଚାଶ କେଜି ଜବତ ହୋଇଛି।ଏହି ଗଞ୍ଜେଇ ମୋହନା ଅଞ୍ଚଳରୁ ଭୁବନେଶ୍ୱର କୁ ଚୋରା ଚାଲାଣ ହେଉଥିବା ସୂଚନା ମିଳିଛି।ଏହି ସଂକ୍ରାନ୍ତରେ ପାଟପୁର ଥାନା ଅନ୍ତର୍ଗତ ସିତଳାପଲ୍ଲୀ ର ସିବାରମ ଯାନୀ କୁ ଗିରଫ କରିଛି ଅବକାରୀ ଗୁଇନ୍ଦା ପୋଲିସ। ଜବତ ଗଞ୍ଜେଇର ମୂଲ୍ୟ ୩୦ଲକ୍ଷ ଟଙ୍କା ହେବ ବୋଲି ଅବକାରୀ ଡେପୁଟି କମିସିନର ଡମ୍ବୁର ଧର ଖଣ୍ଡା ସୂଚନା ଦେଇଛନ୍ତି।

ad-week
Leave A Reply

Your email address will not be published.