ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ ଟର୍ଚ୍ଚରେ ଆକ୍ରମଣ

add-all

ହିଞ୍ଜିଳିକାଟୁ (୧୩।୪) : ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ଯୁବକ ଙ୍କୁ ଟର୍ଚ୍ଚ ଲାଇଟରେ ଆକ୍ରମଣ । ଗୁରୁତର ଅବସ୍ଥାରେ ଗ୍ରାମବାସୀ ଯୁବକଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ।ଗୁରୁତର ଜଣକ ହେଲେ ହିଞ୍ଜିଳି ଥାନା ଅନ୍ତର୍ଗତ ନିମିଗା଼ଁ ଵଦ୍ଧ ସାହିର ବାବୁଲା ସାହୁ ୩୧ ।ନିମିଗା଼ଁ ଗ୍ରାମର କାଳୁ ସାହୁ ୬୦ ଙ୍କ ସହିତ ବାବୁଲାଙ୍କ ପୂର୍ବ ଶତ୍ରୁତା ଲାଗିରହିଥିଲା।

ଗତକାଲି ରାତ୍ରିରେ କୌଣସି କାରଣରୁ ଉଭୟଙ୍କ ମଧ୍ୟରେ ଯୁକ୍ତିଯୁକ୍ତ ହୋଇଥିଲା। ପରେ ଉତକ୍ଷିପ୍ତ ହୋଇକାଳୁ ସାହୁ ଧରିଥିବା ଟର୍ଚ୍ଚ ଲାଇଟରେ ବାବୁଲା ଙ୍କୁ ଆକ୍ରମଣ କରିଥିଲେ। ପରେ ସ୍ଥାନୀୟ ବାସିନ୍ଦାଙ୍କର ସହଯୋଗରେ ଉଦ୍ଧାର କରି ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ପରେ ବାବୁଲା ହିଞ୍ଜିଳି ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏନେଇ ହିଞ୍ଜିଳି ଥାନାରେ ୨୨୬।୨୩ ରେମାମଲା ରୁଜୁ କରି ଗୁରୁବାର କାଳୁଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ହିଞ୍ଜିଳି ଥାନା ଅଧିକାରୀ ଅଭିମନ୍ୟୁ ଦାସ କହିଛନ୍ତି।

ad-week
Leave A Reply

Your email address will not be published.