ପୌରପରିଷଦ ତରଫରୁ ହିଞ୍ଜିଳିକାଟୁରେ ଜଳଛତ୍ର

add-all

ହିଞ୍ଜିଳିକାଟୁ (୧୪/୪) : ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ନୁତନ ବସଟର୍ମୀନାଲ ପରିସରରେ ହିଞ୍ଜିଳିକାଟୁ ପୌରପରିଷଦ ତରଫରୁ ପାନୀୟ ଜଳସେବା ଯୋଗାଣ ଖୋଲାଯାଇ ପଣା ବଣ୍ଟନ ବ୍ୟବସ୍ଥା କରାଯାଇଛି। ହିଞ୍ଜିଳିକାଟୁ ପୌରପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ଯୂବୁଲି ଚରଣ ବେହେରା ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଜଳଛତ୍ର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ହିଞ୍ଜିଳିକାଟୁ ପୌରପରିଷଦ ଉପାଧ୍ୟକ୍ଷା ସୁଚିତ୍ରା ପଣ୍ଡା ଯୋଗ ଦେଇଥିବା ବେଳେ ଅନ୍ୟତମ ଅତିଥିଭାବେ ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ଦେବାନନ୍ଦ ମହାପାତ୍ର, ହିଞ୍ଜିଳିକାଟୁ ପୌରପରିଷଦ ଵିଜେଡି ସଭାପତି ଭୀମସେନ ଵେହେରା, ହିଞ୍ଜିଳି ଥାନା ଅଧିକାରୀ ଅଭିମନ୍ୟୁ ଦାସ, ୱାର୍ଡ଼ ସଭ୍ୟ ବିଭୁପ୍ରସାଦ ପଣ୍ଡା, ୱାର୍ଡ଼ ସଭ୍ୟ ବସନ୍ତ କୁମାର ଵେହେରା, ବିଜେଡି ନେତା ପ୍ରଦିପ କୁମାର ପଣ୍ଡା, ବିଜେଡି ନେତା ସୁବାସ ଚନ୍ଦ୍ର ଗୌଡ, ସନାତନ ନାହାକ, ଙ୍କ ସହ ସମସ୍ତ କାଉନସିଲର ଓ ପୌରପାଳିକାର ଯନ୍ତ୍ରୀ ମାନସ ରଞ୍ଜନ ଦାସ ପ୍ରମୁଖ ଉପସ୍ଥିତ ରହି ପଥଚାରୀ ମାନଙ୍କୁ ଜଳ ବଣ୍ଟନ କରିଥିଲେ।ସେହିପରି ହିଞ୍ଜିଳିକାଟୁ ପୌରପରିଷଦ ରଜାସାହି ଛକ, ପାଟଣାସାହି ଛକ, ବଇଁଚବଣିଆ ଛକ ରେ ପୌରପାଳିକା ପକ୍ଷରୁ ଜଳ ସେବା ଉଦଘାଟନ କରିଥିବା ହିଞ୍ଜିଳିକାଟୁ ପୌରପରିଷଦ ନିର୍ବାହୀ ଅଧିକାରୀ ଯୂବୁଲି ଚରଣ ବେହେରା କହିଛନ୍ତି।

ad-week
Leave A Reply

Your email address will not be published.