ଅଟୋ ଦୁର୍ଘଟଣାରେ ୬ଜଣ ଆହତ…

add-all

ଦାରିଙ୍ଗବାଡ଼ି,୧୪/୪ : ଦାରିଙ୍ଗବାଡ଼ି ଥାନା ଦାରିଙ୍ଗବାଡ଼ି-ବ୍ରାହ୍ମଣୀଗାଁ ପୁର୍ତ୍ତ ବିଭାଗ ରୋଡ଼ ପାଙ୍ଗାଲୀ ସିଜିଗାଣ୍ଡା ଘାଟି ବୁଲାଣିରେ ଅଟୋ ଭାରସାମ୍ୟ ହରାଇ ୨୦ଫୁଟ ତଳକୁ ଖସି ଦୁର୍ଘଟଣା ଘଟିଛି। ଫଳରେ ଅଟୋରେ ବସିଥିବା ୬ଜଣ ଆହତ ହୋଇଥିଲେ। ଖବର ପାଇ ଦାରିଙ୍ଗବାଡ଼ି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଆହତ ମାନଙ୍କୁ ଉଦ୍ଧାର କରି ଦାରିଙ୍ଗବାଡ଼ି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରି ପ୍ରାଥମିକ ଚିକିତ୍ସା କରାଇଛନ୍ତି। ଅଟୋ ବ୍ରାହ୍ମଣୀଗାଁ ଅଞ୍ଚଳରୁ ଦାରିଙ୍ଗବାଡ଼ି ଆସୁଥିଲା। ସେମାନେ ହେଲେ ଭ୍ରମରବାଡ଼ି ଗ୍ରାମ ପଞ୍ଚାୟତର କେରୁବାଡି ଗ୍ରାମର ସଗନ ନାୟକ(୨୩) ଓ ଡମପ୍ଲିଉ ଗ୍ରାମର ସାନୁ ମଲିକ , ହାତୀମୁଣ୍ଡା ପଞ୍ଚାୟତ ଡ଼ମା ଗ୍ରାମର କୁନି ମଲିକ ଓ କସାବସା ଗ୍ରାମର ଟୁଲୁ ବଡ଼ ସେଟ ସହିତ ଦୁଇଜଣ ଶିଶୁ ଅଟନ୍ତି । ସଗନ ନାୟକ, କୁନି ମଲିକ ଓ ଜଣେ ଶିଶୁ ଗୁରୁତର ହୋଇଥିବାରୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନର କରାଯାଇଥିବା ଜଣା ପଡ଼ିଛି। ଏସ.ଆଇ ଜିତେନ୍ଦ୍ର ବେହେରା ଓ ଏଏସଆଇ ଅର୍ଜୁନ ଶବର ଏହି ଘଟଣାରେ ମକଦମା ରୁଜୁକରି ଏହାର ତଦନ୍ତ କରୁଥିବା ସୂଚନା ରହିଛି।

ad-week
Leave A Reply

Your email address will not be published.