ଜିଲ୍ଲା ଅନୁସୂଚିତ ଜାତି ମୋର୍ଚ୍ଚା ତରଫରୁ ଆମ୍ବେଦକରଙ୍କ ଜୟନ୍ତୀ ପାଳିତ…

add-all

ଫୁଲବାଣୀ : ସମ୍ବିଧାନ ରଚନାର ମୁଖ୍ୟ ପୁରୋଧା ତଥା ସ୍ଵାଧୀନତା ସଂଗ୍ରାମୀ ଡ଼ଃ ଭୀମରାଓ ରାମଜୀ ଆମ୍ବେଦକରଙ୍କ ୧୩୨ ତମ ଜନ୍ମ ତିଥି ଅବସରରେ ଚକାପାଦ ଠାରେ ଜିଲ୍ଲା ଅନୁସୂଚିତ ଜାତି ମୋର୍ଚ୍ଚା ତରଫରୁ ଆୟୋଜିତ କାର୍ଯ୍ୟକ୍ରମରେ ଅତିଥି ଭାବେ ବରିଷ୍ଠ ଆଇନ୍ ଜୀବୀ ରମେଶ ଚନ୍ଦ୍ର ମହାନ୍ତି ଯୋଗ ଦେଇ ଭିମ ରାଓଙ୍କ ସମ୍ବିଧାନ ପ୍ରଣୟନ ପାଇଁ ଥିବା ତାଙ୍କର ନିଷ୍ଠା ଉପରେ ଆଲୋଚନା କରିଥିଲେ lକାର୍ଯ୍ୟକ୍ରମରେ ସଭାପତି ଅନନ୍ତ ଦିଗାଲ, ମଣ୍ଡଳ ସଭାପତି ସରୋଜ ସାହୁ, ଅନୁସୂଚିତ ଜାତି ମୋର୍ଚ୍ଚା ରାଜ୍ୟ ଉପ ସଭାପତି ରାମବିଶି ଦିଗାଲ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ଜିଲ୍ଲା ସାଧାରଣ ସମ୍ପାଦକ ଲିଙ୍ଗରାଜ ଦଳବେହେରା, ଚକାପାଦ ଓ ଖଜୁରୀପଡା ଜିଲ୍ଲା ପରିଷଦ ସଦସ୍ୟା ରାଞ୍ଚନା ଭଉଣୀ ଓ ଉର୍ବଶୀ ଦିଗାଲ, ପ୍ରଣବ ନାୟକ, ପୁଷ୍ପଲତା ଦଳବେହେରା, ବିକାଶ ଦିଗାଲ ଏପରି ଅନେକ ନେତୃମଣ୍ଡଳୀ ଓ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ l

ad-week
Leave A Reply

Your email address will not be published.