ବାଲିଗୁଡାରେ ମହାବୀର ଜୟନ୍ତୀ ଓ ପଣାସଂକ୍ରାନ୍ତି ପାଳିତ…

add-all

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ସହରର ବିଭିନ୍ନ ସ୍ଥାନରେ ଶୁକ୍ରବାର ହନୁମାନ ଜୟନ୍ତୀ ଉତ୍ସବ ଓ ମହାବିଷୁବ ସଂକ୍ରାନ୍ତି ପାଳିତ ହୋଇଯାଇଛି। ଓଡ଼ିଆ ନବବର୍ଷ ଉପଲକ୍ଷେ ଶ୍ରୀ ଜଗନ୍ନାଥ ମନ୍ଦିରରେ ଓଡ଼ିଆ ନୂଆ ପାଞ୍ଜି ଯଥା ଵିଧି ସହକାରେ ପୂଜା ଅର୍ଚନା କରାଯାଇ ଆରମ୍ଭ କରାଯାଇଥିଲା l ପଣାସଂକ୍ରାନ୍ତି ଅବସରରେ ସହରର ପାଟଖଣ୍ଡା ମନ୍ଦିର ନିକଟରେ ଥିବା ହନୁମାନ ମନ୍ଦିର, ଶିଶୁ ମନ୍ଦିର ନିକଟ ହନୁମାନ ମନ୍ଦିର ଓ ଜେଲ ନିକଟ ହନୁମାନ ମନ୍ଦିରରେ ୧୦୮ ହନୁମାନ ଚାଳିଶା ସହ ହୋମ ଯଜ୍ଞ ସହ ଆଳତୀ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା l ପ୍ରମୁଖ ଦେବାଦେବୀ ପୀଠ ସମେତ ଅଞ୍ଚଳର ବିଭିନ୍ନ ସ୍ବେଛାସେବୀ ଅନୁଷ୍ଠାନ, ସାଂସ୍କୃତିକ ଅନୁଷ୍ଠାନରେ ଭକ୍ତଙ୍କୁ ପଣା ବଣ୍ଟନ କରାଯାଇଛି।

ପ୍ରଭୁ ମହାବୀରଙ୍କ ମନ୍ଦିରରେ ଜୟନ୍ତୀ ଉତ୍ସବ ଧୁମ୍‌‌ଧାମରେ ପାଳିତ ହୋଇଯାଇଛି। ହନୁମାନ ମନ୍ଦିରରେ ପଣା ସଂକ୍ରାନ୍ତି ମହାସମାରୋହରେ ପାଳିତ ହେବା ସହ ସହସ୍ରାଧିକ ଭକ୍ତଙ୍କୁ ପଣା ଓ ପ୍ରସାଦ ବଣ୍ଟନ କରାଯାଇଛି। ଟାଉନର ପାଟଖଣ୍ଡା ମନ୍ଦିର ନିକଟରେ ଥିବା ହନୁମାନ ଚାଳିଶା କମିଟି ପକ୍ଷରୁ ମନ୍ଦିରରେ ପୂଜାର୍ଚ୍ଚନା କରାଯାଇଥିଲା। ସେହିପରି ସମସ୍ତ ହନୁମାନ ମନ୍ଦିରରେ ମଧ୍ୟ ଧୁମ୍‌‌ଧାମରେ ହନୁମାନ ଜୟନ୍ତୀ ଉତ୍ସବ ପାଳିତ ହେବା ସହ ଭକ୍ତଙ୍କୁ ପଣା ବଣ୍ଟନ କରାଯାଇଥିଲା। ସନ୍ଧ୍ୟାରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।

ad-week
Leave A Reply

Your email address will not be published.