ବାଲ୍ୟ ବିବାହ ପୂର୍ବରୁ ନାବାଳିକା ଉଦ୍ଧାର

add-all

ଦାରିଙ୍ଗବାଡି(୧୪/୪) : ଦାରିଙ୍ଗବାଡି ଥାନା ଅଂଚଳର ଜଣେ ନାବାଳିକା କୋଟଗଡ ଥାନା ଅନ୍ତର୍ଗତ ପକାରି ସ୍ଥିତ ମାର୍ଦିଗଣ୍ଡା ଅଞ୍ଚଳରେ ବିବାହ ପାଇଁ ଯାଇଥିଲେ । ପ୍ରଶାସନ ପାଖରେ ଏହି ଖବର ପହଞ୍ଚିବାରୁ ଦାରିଙ୍ଗବାଡି ସିଡ଼ିପିଓ ଅଞ୍ଜଳି ମହାପାତ୍ର ଙ୍କ ନେତୃତ୍ୱରେ ପ୍ରେମ ଅନୁଷ୍ଠାନ କର୍ମକର୍ତ୍ତା, ଦାରିଙ୍ଗବାଡି ପୋଲିସ ବର ଘରେ ପହଞ୍ଚି ନାବାଳିକାକୁ ଉଦ୍ଧାର କରିଥିଲେ। ଉଦ୍ଧାର ନାବାଳିକାକୁ ଜିଲ୍ଲା ଶିଶୁ ସୁରକ୍ଷା ସମିତିକୁ ହସ୍ତାନ୍ତର କରାଯାଇଥିବା ଦାରିଙ୍ଗବାଡି ସିଡିପିଓ ଅଞ୍ଜଳି ମହାପାତ୍ର ସୂଚନା ଦେଇଛନ୍ତି ।

ad-week
Leave A Reply

Your email address will not be published.