ସମାନ କାମକୁ ସମାନ ଦରମା ଦାବିରେ ଜିଲ୍ଲା ସ୍ତରୀୟ ଗ୍ରାମ ପଞ୍ଚାୟତ ୪ର୍ଥ ଶ୍ରେଣୀ କର୍ମଚାରୀମାନଙ୍କ ସମ୍ମିଳନୀ…

add-all

ମାଲକାନଗିରି :ମାଲକାନଗିରି ଜିଲ୍ଲା ସିନ୍ଧ୍ରିମାଳ ଠାରେ ଆଜି ୪ର୍ଥ ଶ୍ରେଣୀ କର୍ମଚାରୀମାନଙ୍କ ସମ୍ମିଳନୀର ଆୟୋଜନ କରାଯାଇଥିଲା। ଏହି ସମ୍ମିଳନୀରେ ଜିଲ୍ଲାର ପ୍ରତ୍ୟକ ପଞ୍ଚାୟତରୁ ୪ର୍ଥ ଶ୍ରେଣୀ କର୍ମଚାରୀମାନେ ଯୋଗ ଦେଇଥିଲେ।ସର୍ବମୋଟ କର୍ମଚାରୀ ସଂଖ୍ୟା ୧୨୯ ଥିବା ବେଳେ ପିଅନ ୯୭ ଜଣ,ରାତ୍ରି ଜଗୁଆଳି ୨୮ ଜଣ ଓ ସୁଇପର ୦୪ ଜଣ ରହିଛନ୍ତି। ଆଜି ଏହି ସମ୍ମିଳନୀରେ ୪ର୍ଥ ଶ୍ରେଣୀ କର୍ମଚାରୀମାନଙ୍କ ସଭାପତି ଅନେକ ଗୁଡ଼ିଏ ଦାବି ଉପସ୍ଥାପନ କରିବା ସହ ପଞ୍ଚାୟତର ୪ର୍ଥ ଶ୍ରେଣୀ କର୍ମଚାରୀମାନଙ୍କୁ ନିଜର ଦାୟିତ୍ୱ ସୁଚାର ରୂପେ ପାଳନ କରିବାକୁ କହିଥିଲେ। କିପରି କର୍ମଚାରୀମାନେ ନିଜର ଅଧିକାର ପାଇବେ ତାହାନେଇ ଆଲୋଚନା କରାଯାଇଥିଲା। ୪ର୍ଥ ଶ୍ରେଣୀ କର୍ମଚାରୀମନେ ସରକାରଙ୍କ ନିକଟରେ ଆଠ ଗୋଟି ଦାବି ଉପସ୍ଥାପନ କରିଛନ୍ତି । ସ୍ଥାୟୀ ନିଯୁକ ସହ ନିୟମିତ ଦରମା ପ୍ରଦାନ,ସମାନ କାମ କୁ ସମାନ ଦରମା,ରାଜ୍ୟ ବଜେଟରେ ଏହି କର୍ମଚାରୀଙ୍କ ପାଇଁ ସ୍ୱତନ୍ତ୍ର ବଜେଟ ରଖିବା, ଚାକିରି କ୍ଷେତ୍ରରେ ସୁରକ୍ଷା ପ୍ରଦାନ ଦେବା ଭଳି ଅନେକ ଗୁଡ଼ିଏ ଦାବି ରଖାଯାଇଥିଲା। ଆଗାମୀ ଦିନରେ ସରକାର ଏହି ଦାବି ଗୁଡ଼ିକ ନ ମାନନ୍ତି ତାହାଲେ ପଞ୍ଚାୟତର ୪ର୍ଥ ଶ୍ରେଣୀ କର୍ମଚାରୀମାନେ ଭୁବନେଶ୍ୱର ରାଜରାସ୍ତାରେ ଅହ୍ଲାଇବେ ବୋଲି ଚେତାବନି ଦେଇଛନ୍ତି।

ad-week
Leave A Reply

Your email address will not be published.