କେନ୍ଦୁପତ୍ର ତୋଳିବାକୁ ଯାଇ ସାପକାମୁଡ଼ାର ଶିକାର ହୋଇ ନାବାଳିକା ଗୁରୁତର

add-all

ମାଲକାନଗିରି ପଡିଆ, (୧୬/୦୪) : ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ଉଣ୍ଡୁରୁକୋଣ୍ଡା ପଞ୍ଚାୟତ ଅନ୍ତର୍ଗତ ଏମପିଭି ୫୨ ଗ୍ରାମରେ ଜଣେ ନାବାଳିକା ବିଡି ବାନ୍ଧିବା ପାଇଁ ଆବଶ୍ୟକୀୟ କେନ୍ଦୁପତ୍ର ତୋଳିବାକୁ ଯାଇ ସାପ କାମୁଡ଼ାର ଶିକାର ହୋଇ ଗୁରୁତର ହୋଇଥିବା ଜଣାପଡିଛି। ସୂଚନା ମୁତାବକ ଆଜି ସକାଳ ସମୟରେ ଏହି ଗ୍ରାମର ତପନ ବିଶ୍ୱାସଙ୍କ ୧୪ ବର୍ଷୀୟ ଝିଅ କୃଷ୍ଣା ଘରେ ବିଡି ବାନ୍ଧିବା ପାଇଁ ଆବଶ୍ୟକୀୟ କେନ୍ଦୁପତ୍ର ତୋଳିବାକୁ ମା ପ୍ରମିଳା ବିସ୍ଵାଶଙ୍କ ସହ ନିକଟସ୍ଥ ଜଙ୍ଗଲକୁ ଯାଇଥିଲା। କେନ୍ଦୁପତ୍ର ତୋଳୁଥିବା ବେଳେ ଘଞ୍ଚ ବୁଦା ନିକଟରେ ଏକ ବୋଡ଼ା ସାପ ଅଚାନକ କ୍ରିଶ୍ନା ର ବାମ ଗୋଡକୁ କାମୁଡି ଧରିଥିଲା। ଏହାପରେ କ୍ରିଶ୍ନା ଚିତ୍କାର କରିବାରୁ ମା ପ୍ରମିଳା ସାପକୁ ଘଉଡାଇ ତୁରନ୍ତ ଗ୍ରାମବାସୀଙ୍କୁ ଡାକ ପକାଇଥିଲା। ଏହାପରେ କ୍ରିଶ୍ନାକୁ ଗ୍ରାମବାସୀଙ୍କ ସହଯୋଗରେ ଏକ ଗାଡି ଯୋଗେ କାଲିମେଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଚିକିତ୍ସା କରାଯାଇଥିଲା। କାଲିମେଳା ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ଦେବଦାସ ସାମନ୍ତରାୟ ପ୍ରାଥମିକ ଚିକିତ୍ସା ଯୋଗାଇଥିବା ବେଳେ ବର୍ତ୍ତମାନ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଧୀରେ ଧୀରେ ସୁଧାର ଆସୁଥିବା ପୀଡିତାଙ୍କ ତାଙ୍କ ମା ପ୍ରମିଳା ବିଶ୍ଵାସ କହିଛନ୍ତି l

ad-week
Leave A Reply

Your email address will not be published.