ଦିଅରର କାତି ଚୋଟରେ ଭାଉଜ ଆହତ

add-all

ହିଞ୍ଜିଳିକାଟୁ (୧୬।୪) : ହିଞ୍ଜିଳି ଥାନା ଅନ୍ତର୍ଗତ ମହୁଲପଲି ଗ୍ରାମରେ ଜଣେ ଯୁବକ ନିଜ ଭାଉଜକୁ କାତିରେ ମରଣାନ୍ତକ ଆକ୍ରମଣ କରିଥିବା ହିଞ୍ଜିଳି ଥାନାରେ ଅଭିଯୋଗ ହୋଇଛି । ପୁଲିସ୍‌ ଏନେଇ ୨୩୨।୨୩ରେ ମାମଲା ରୁଜୁ କରି ଅଭିଯୁକ୍ତ ଦିଅର ପ୍ରଦିପ ଦାଶ ୩୭ଙ୍କୁ ଗିରଫ କରିଛି । ତାଙ୍କ ବିରୋଧରେ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି । ପୁଲିସ୍‌ ସୂଚନା ଅନୁସାରେ,ମହୁଲପଲି ଗ୍ରାମର ପ୍ରଦିପ ଦାଶ ତାଙ୍କ ସ୍ତ୍ରୀ କଵିତା ଦାଶ କୁ ମାରପିଟ କରି ସଵୁବେଳେ ଦାଣ୍ଡରେ ଗାଳିଗୁଲଜ କରିଥିବା ନିତିଦିନିଆ ହୋଇଗଲାଣି ।ଗତ ୧୩।୪ ରେ ପ୍ରଦିପ ତା ସ୍ତ୍ରୀ କୁ ମାରପିଟ କରିଥିଲା।ଏ ନେଇ କଵିତା ନିଜ ପୁଅକୁ ଫୋନ ଯୋଗେ କହିଵାରୁ ପୁଅ ଆସି ଵାପାକୁ ତାଗିଦ କରିଥିଲା। । ୧୩ତାରିଖ ରାତିରେ ପ୍ରଦିପ ନିଶାଶକ୍ତ ଅବସ୍ଥାରେ ଘରକୁ ଯାଇଥିଲେ । ଘର ପଡୋଶି ଥିବା ଭାଉଜ ପୁଅକୁ ଜଣାଇଥିବା କହି ଗାଳିଗୁଲଜ କରୁଥିଲେ । ଭାଉଜ ଗିତା ଦାଶ ବାରଣ କରିବାରୁ ପ୍ରଦିପ ଏକ କାତିରେ ତାଙ୍କୁ ଆକ୍ରମଣ କରିଥିଲେ । ଫଳରେ ଗିତାଙ୍କ ମୁଣ୍ଡରେ ରେ ଆଘାତ ଲାଗିଥିଲା । ଘଟଣାକୁ ନେଇ ଗିତା ଥାନାରେ ଲିଖିତ ଅଭିଯୋଗ କରିଥିଲେ ।ପୋଲିସ ରବିବାର ପ୍ରଦିପ କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ହିଞ୍ଜିଳି ଥାନା ଅଧିକାରୀ ଅଭିମନ୍ୟୁ ଦାସ କହିଛନ୍ତି।

ad-week
Leave A Reply

Your email address will not be published.