ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ବିରୋଧରେ ହୋଇଥିବା ନିର୍ବାଚନୀ ମାମଲାକୁ ଖାରଜ କଲେ ହାଇକୋର୍ଟ

add-all

କଟକ : ଓଡିଶା ହାଇକୋର୍ଟରେ ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ବିରୋଧରେ ହୋଇଥିବା ନିର୍ବାଚନୀ ମାମଲାକୁ ଖାରଜ କରି ଦେଇଛନ୍ତି ହାଇକୋର୍ଟ। ବାଲେଶ୍ଵର ସାଂସଦ ମିଥ୍ୟା ଓ ଅସମ୍ପୂର୍ଣ୍ଣ ସତ୍ୟପାଠ ଦାଖଲ କରିଥିବା ଏହି ମାମଲା ଜଣେ ଭୋଟର ଯଦୁନାଥ ସେଠୀଙ୍କ ପକ୍ଷରୁ ରୁଜୁ ହୋଇଥିଲା। ବାରମ୍ବାର ଶୁଣାଣି ତାରିଖ ରଖିବା ସତ୍ତ୍ୱେ ଆବେଦନକାରୀ କିମ୍ବା ତାଙ୍କ ଓକିଲ ହାଇକୋର୍ଟରେ ଉପସ୍ଥିତ ନ ରହିବାରୁ ମାମଲାଟିକୁ ଖାରଜ କରି ଦେଇଛନ୍ତି ଜଷ୍ଟିସ ଦେଵବ୍ରତ ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠ।

ଏଭଳି ଏକ ନିର୍ବାଚନି ମାମଲାରେ ବାରମ୍ବାର ସୁଯୋଗ ଦେବା ସତ୍ତ୍ୱେ କୋର୍ଟରେ ଉପସ୍ଥିତ ରହିଲେ ନାହିଁ ଆବେଦନକାରୀଙ୍କ ଓକିଲ। ତେଣୁ ମାମଲାକୁ ଖାରଜ କରି ଦେଇଛନ୍ତି ହାଇକୋର୍ଟ। ଏହା ସହିତ ଏହି ମାମଲା ଚାଲୁ ରହି ଥିବାରୁ ବାଲେଶ୍ଵର ଲୋକସଭା ଆସନର ଇଭିଏମ ଓ ଭିଭିପାଟ ଗୁଡିକୁ ଷ୍ଟ୍ରଙ୍ଗ ରୁମରୁ ଖାଲି ହୋଇ ନ ଥିଲା। ଅନ୍ୟ ସ୍ଥାନରେ ନିର୍ବାଚନ ପାଇଁ ଇଭିଏମ ଓ ଭିଭିପାଟ ଗୁଡିକ ଆବଶ୍ୟକ ରହୁଥିବାରୁ ଷ୍ଟ୍ରଙ୍ଗ ରୁମରୁ ଏଗୁଡ଼ିକୁ ଖାଲି କରିବାକୁ ଆବେଦନ କରିଥିଲେ ନିର୍ବାଚନ କମିଶନ। ଏହି ଆବେଦନକୁ ଗ୍ରହଣ କରିଛନ୍ତି ହାଇକୋର୍ଟ।

ad-week
Leave A Reply

Your email address will not be published.