ମାଛ ବିକାଳିଙ୍କ ଉପରେ ମାଡ଼ିଗଲା କଣ୍ଟେନର

add-all

ରାୟଗଡ଼ା: ମାଛ ବିକାଳିକଙ୍କ ଉପରକୁ ମାଡ଼ିଗଲା କଣ୍ଟେନର। ରାୟଗଡ଼ା ଜିଲ୍ଲା ପୂର୍ତ୍ତ ବିଭାଗ ଡାକବଙ୍ଗଳା ସାମ୍ନାରେ ଆଜି ସକାଳେ ଏହି ଦୁର୍ଘଟଣା ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ହେଲେ ଖଳିଗୁଡ଼ା ଗାଁର ବୋଚ୍ଚା ପ୍ରକାଶ ରାଓ।

ବୋଚ୍ଚା ପ୍ରକାଶ ପ୍ରତିଦିନ ପୂର୍ତ୍ତ ବିଭାଗ ବଙ୍ଗଳା ସମ୍ମୁଖରେ ବିକ୍ର କରନ୍ତି। ଆଜି ସକାଳେ ମଧ୍ୟ ସେଠାରେ ମାଛ ବିକ୍ରି କରୁଥିଲେ। ଏକ କଣ୍ଟେନର ରାଉଲକେଲାରୁ ବିଶାଖାପାଟଣା ଅଭିମୁଖେ ଯାଉଥିବା ବେଳେ ଭାରସାମ୍ୟ ମାଛ ବିକାଳିକଙ୍କ ଉପରେ ମାଡ଼ି ଯାଇଥିଲା। ଘଟଣାସ୍ଥଳରେ ବୋଚ୍ଚା ପ୍ରକାଶଙ୍କର ମୃତ୍ୟୁ ଘଟିଥିଲା।

ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। ମୃତକଙ୍କ ପରିବାରଙ୍କୁ କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକେ ଦାବି କରିଛନ୍ତି। ପୁଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛି ଓ ଘଟଣାର ତଦନ୍ତ କରୁଛି। 

କିଛି ଦିନ ତଳେ ବୋଚ୍ଚା ପ୍ରକାଶଙ୍କ ସ୍ତ୍ରୀ ସଡ଼କ ଦୁର୍ଘଟଣାରେ ଶିକାର ହୋଇଥିଲେ। ଏବେ ସେ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି। ତାଙ୍କର ଦୁଇ ଝିଅ ଅଛନ୍ତି। ବୋଚ୍ଚା ପ୍ରକାଶଙ୍କ ମୃତ୍ୟୁ ପରେ ତାଙ୍କ ପରିବାରରେ ଶୋକର ଛାୟା ଖେଳିଯାଇଛି। 

ad-week
Leave A Reply

Your email address will not be published.