ଡନ୍‌ ଲରେନ୍ସ ବିଷ୍ଣୋଇକୁ ଦେଖି ଅନୁପ୍ରାଣିତ ହୋଇଥିଲେ ଅତିକଙ୍କ ଶୁଟର…

add-all

ଲକ୍ଷ୍ନୌ : ଅତିକ ଅହମଦ ଓ ତାଙ୍କ ଭାଇ ଅଶରଫଙ୍କୁ ଗୁଳି କରି ହତ୍ୟା କରିଥିବା ୩ ଯୁବକଙ୍କ ମଧ୍ୟରୁ ଜଣେ ଜେଲରେ ଥିବା ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ଦ୍ୱାରା ଅନୁପ୍ରାଣିତ ହୋଇଥିଲା। ଲରେନ୍ସ ବିଷ୍ଣୋଇ ଯେମିତି ଆତଙ୍କ ସୃଷ୍ଟି କରୁଥିଲା ଠିକ ସେହିପରି ଶୁଟର ଜଣକ ଉତ୍ତର ପ୍ରଦେଶରେ ବଡ଼ ଡନ୍‌ ହେବାକୁ ଚେଷ୍ଟା କରୁଥିଲା ବୋଲି ଜଣାପଡ଼ିଛି।
ଅତିକ ଓ ଅଶରଫଙ୍କୁ ହତ୍ୟା କରି ଗିରଫ ହୋଇଥିବା ଲବଲେଶ ତିୱାରି, ସନ୍ନି ସିଂହ ଓ ଅରୁଣ ମୌର୍ଯ୍ୟ ସମ୍ପର୍କରେ ଏବେ ନୂଆନୂଆ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି। ୩ ଯୁବକ ସାମ୍ବାଦିକ ବେଶରେ ପ୍ରୟାରାଜ ହସ୍ପିଟାଲ ପରିସରକୁ ଆସିଥିଲେ ଓ ଅହମଦ ଭ୍ରାତାଙ୍କୁ କ୍ୟାମେରା ସାମ୍ନାରେ ଗୁଳି କରି ହତ୍ୟା କରିଥିଲେ।
ସୂତ୍ର ଅନୁସାରେ, ଜେରା ବେଳେ ୩ ଶୁଟର ଅନେକ ତଥ୍ୟ ପୁଲିସ୍‌କୁ ଦେଇଛନ୍ତି। ଅତିକ ଓ ଅଶରଫଙ୍କୁ ମାରିବା ପାଇଁ ପୂରା ଯୋଜନା ସନ୍ନି ସିଂହ ହିଁ କରିଥିଲା। ସେ ସବୁବେଳେ ଲରେନ୍ସ ବିଷ୍ଣୋଇର ଭିଡିଓ ଓ ଇଣ୍ଟରଭ୍ୟୁ ଦେଖି, ତା’ ଭଳି ହେବାକୁ ଚାହୁଁଥିଲା। ବିଷ୍ଣୋଇ ଦେଇଥିବା ସାପଂପ୍ରଦାୟକ ଭାଷଣ ସେ ଶୁଣୁଥିଲା। ଏଥିସହ ବିଷ୍ଣୋଇ ଯେମିତି ଚର୍ଚ୍ଚିତ ଚେହାରା ତଥା ପଞ୍ଜାବୀ ସିଙ୍ଗର ସିଦ୍ଧୁ ମୁସେୱାଲାଙ୍କୁ ହତ୍ୟା କରିଥିଲା, ଠିକ୍‌ ସେପରି କିଛି ବଡ଼ ଘଟଣା ଘଟାଇକୁ ସନ୍ନି ସବୁବେଳେ ସୁଯୋଗ ଅପେକ୍ଷାରେ ରହିଥିଲା।
୩ ଶୁଟରଙ୍କ ମଧ୍ୟରୁ ସନ୍ନି ହେଉଛି ସବୁଠାରୁ ବଡ଼ ପେଶାଦାର ଅପରାଧୀ। ତା’ ନାଁରେ ୧୨ରୁ ଅଧିକ ମାମଲା ପୂର୍ବରୁ ରହିଛି। ଅତିକ ଓ ଅଶରଫଙ୍କୁ ମାରିବା ପାଇଁ ସନ୍ନି ହିଁ ଅରୁଣ ଓ ଲବଲେଶକୁ ଯୋଗାଯୋଗ କରିଥିଲା। ସେ ଉଭୟଙ୍କୁ ହତ୍ୟା ପାଇଁ ପ୍ରବର୍ତ୍ତାଇବା ସହ ଯୋଜନାକୁ କାର୍ଯ୍ୟକାରୀ କରିଥିଲା ବୋଲି ଏହି ସୂତ୍ରରେ କୁହାଯାଇଛି।
ସନ୍ନି, ଅରୁଣ ଓ ଲବଲେଶ ବର୍ତ୍ତମାନ ୧୪ ଦିନିଆ ବିଚାର ବିଭାଗୀୟ ହାଜତରେ ରହିଛନ୍ତି। ପ୍ରଥମେ ସେମାନଙ୍କୁ ନୈନି ଜେଲରେ ରଖାଯାଇଥିଲା। କିନ୍ତୁ ସୁରକ୍ଷା ଦୃଷ୍ଟିରୁ ସେମାନଙ୍କୁ ପ୍ରତାପଗଡ଼ ଜେଲକୁ ସୋମାବର ସ୍ଥାନାନ୍ତର କରାଯାଇଛି।

ad-week
Leave A Reply

Your email address will not be published.