ସମ୍ବଲପୁରରେ ପୁଣି ୨୪ ଘଣ୍ଟା ପାଇଁ ଇଣ୍ଟର୍‌ନେଟ୍‌ ସେବା ବନ୍ଦ…

add-all

ସମ୍ବଲପୁର: ଆଜି ପୁଣି ଥରେ ସମ୍ବଲପୁର ଜିଲ୍ଲାରେ ୨୪ ଘଣ୍ଟା ପାଇଁ ଇଣ୍ଟର୍‌ନେଟ୍‌ ସେବା ବନ୍ଦ ରହିବ। ସୋସିଆଲ୍‌ ମିଡିଆର ଅପବ୍ୟବହାର ଆଶଙ୍କାରେ ଏହି କଟକଣାକୁ ବୃଦ୍ଧି କରାଯାଇଛି। ଆସନ୍ତାକାଲି ୧୦ଟା ପର୍ଯ୍ୟନ୍ତ ଇଣ୍ଟରନେଟ୍ ସେବା ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି ଜିଲ୍ଲା ପ୍ରଶାସନ । ଆଜି ଦିନ ୧୦ଟାରେ ଇଣ୍ଟରନେଟ୍ ସେବା ଉପରେ ଲାଗିଥିବା କଟକଣା ସରୁଥିଲା । ଦୀର୍ଘ ୫ ଦିନ ଧରି ଇଣ୍ଟରନେଟ୍ ସେବାରୁ ସମ୍ବଲପୁରବାସୀ ବଞ୍ଚିତ ଥିବାରୁ ଆଜି କଟକଣା ହଟିବ ବୋଲି ଆଶା କରାଯାଉଥିଲା । ହେଲେ ଏହି ଅବଧିକୁ ଆଉ ୨୪ ଘଣ୍ଟା ବୃଦ୍ଧି କରିଛି ଜିଲ୍ଲା ପ୍ରଶାସନ । ଇଣ୍ଟରନେଟ୍ ସେବା ବନ୍ଦ ଥିବାରୁ ସମ୍ବଲପୁରବାସୀ ଅନେକ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି ।

ସେପଟେ ସ୍ଥିତି ସୁଧୁରୁଥିବାରୁ ଅଧିକ କୋହଳ ହୋଇଛି କର୍ଫ୍ୟୁ । ଆଜିଠାରୁ ସକାଳେ ୬ଘଣ୍ଟା ଓ ଅପରାହ୍‌ଣରେ ଅଢ଼େଇ ଘଣ୍ଟା କୋହଳ କରାଯାଇଛି କଟକଣା । ସକାଳ ୭ଟାରୁ ସାଢ଼େ ଗୋଟାଏ ଓ ଅପରାହ୍ଣରେ ସାଢ଼େ ୩ଟାରୁ ୬ଟା ଯାଏ କର୍ଫ୍ୟୁ କୋହଳ କରାଯାଇଛି । ସାଧାରଣ ଜୀବନଯାତ୍ରା ସ୍ୱାଭାବିକ ସ୍ଥିତିକୁ ଫେରୁଛି । କର୍ଫ୍ୟୁ କୋହଳ ସୀମା ବଢୁଥିବାରୁ ବଜାରରେ ଭିଡ଼ । ଅତ୍ୟାବଶ୍ୟକ ସାମଗ୍ରୀ କିଣିବାକୁ ମାର୍କେଟରେ ଗହଳି ଦେଖିବାକୁ ମିଳିଛି । ଆଇନଶୃଙ୍ଖଳା ସ୍ଥିତି ଉପରେ ତୀକ୍ଷଣ ନଜର ରଖିଛି ପୋଲିସ ଓ ଜିଲ୍ଲା ପ୍ରଶାସନ । ହନୁମାନ ଜୟନ୍ତୀ ରାଲି ବେଳେ ହିଂସାକାଣ୍ଡ ଘଟଣାରେ ବର୍ତ୍ତମାନ ସୁଦ୍ଧା ଗିରଫ ହେଲେଣି ୮୫ ଜଣ । ଗଣ୍ଡଗୋଳକାରୀ ଓ ଷଡ଼ଯନ୍ତ୍ରକାରୀଙ୍କୁ ଚିହ୍ନଟ କରି ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ପୋଲିସ ଡିଜି।

ad-week
Leave A Reply

Your email address will not be published.