ବ୍ଲାଉଜ ସିଲେଇ ପଇସା ନ ଦେବାରୁ ଯୁବକଙ୍କୁ ଗୋଡ଼େଇ ଗୋଡ଼େଇ ହାଣିଲେ…

add-all

ଢେଙ୍କାନାଳ: ବ୍ଲାଉଜ ସିଲେଇ ପଇସା ନ ଦେବାରୁ ଯୁବକଙ୍କୁ ଗାଁ ଦାଣ୍ଡରେ ସଂଘବଦ୍ଧ ଭାବେ ଗୋଡ଼େଇ ଗୋଡ଼େଇ ଖଣ୍ଡାରେ ହାଣିଲେ ଦୁର୍ବୃତ୍ତ। ଏଭଳି ଘଟଣା ଘଟିଛି ଢେଙ୍କାନାଳ ସଦରଥାନା ଟଭାପାଳ ସୁନ୍ଦରପଡା ଗାଁରେ। ଆହତ ଯୁବକ ବିପିନ ପରିଡାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ତାଙ୍କ ହାତ ବେକ ଓ ଛାତିରେ ଗଭୀର ଆଘାତ ଲାଗିଛି।

ସୂଚନା ମୁତାବକ, ବିପିନଙ୍କ ସ୍ତ୍ରୀ ସୁମିତ୍ରା ବ୍ଲାଉଜ ସିଲାଇ କରିବା ପାଇଁ ସେହି ଗାଁର ବାପୁନି ରାଉତଙ୍କ ସ୍ତ୍ରୀଙ୍କୁ ଦେଇଥିଲେ। ବାପୁନିଙ୍କ ସ୍ତ୍ରୀ ସିଲେଇ ଭୁଲ୍ କରି ଥିବାରୁ ବ୍ଲାଉଜ ସିଲେଇ ବାବଦକୁ ଟଙ୍କା ଦେବାକୁ ମନା କରି ଦେଇଥିଲେ ସୁମିତ୍ରା। ଏନେଇ ଗତକାଲି ବିପିନ ଓ ବାପୁନିଙ୍କ ମଧ୍ୟରେ ବଚସା ହୋଇଥିଲା। ଏହି ବଚସା ଉଗ୍ର ରୂପ ନେଇଥିଲା। ବାପୁନି ଓ ତାର ୪ ଜଣ ସାଙ୍ଗ ମିଶି ବିପିନକୁ ଖଣ୍ଡାରେ ଗାଁ ଦାଣ୍ଡାରେ ଗୋଡ଼େଇ ଗୋଡ଼େଇ ଆକ୍ରମଣ କରିଥିଲେ।

ବିପିନିଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ପୁଲିସ ଘଟଣାର ତଦନ୍ତ କରୁଛି।

ad-week
Leave A Reply

Your email address will not be published.