ପରୀକ୍ଷା ଦେବାବେଳେ ଛାତ୍ରଙ୍କ ଉପରେ ଖସିପଡ଼ିଲା ଫ୍ୟାନ୍‌, ଦୁଇ ଗୁରୁତର

add-all

ଆଠଗଡ଼ : ପରୀକ୍ଷା ଦେବାବେଳେ ଛାତ୍ରଙ୍କ ଉପରେ ଖସିପଡ଼ିଲା ଫ୍ୟାନ୍‌। ଆଠଗଡ଼ ଗୋପବନ୍ଧୁ ବିଜ୍ଞାନ ମହାବିଦ୍ୟାଳୟରେ ଘଟିଛି ଏଭଳି ଅଘଟଣ। ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଉଭୟ ଛାତ୍ର ଯୁକ୍ତ ଦୁଇରେ ପଢୁଛନ୍ତି। ଜଣେ ଛାତ୍ରଙ୍କର ବେକରେ ଆଘାତ ଲାଗିଥିବା ବେଳେ ଅନ୍ୟ ଜଣଙ୍କର କାନ୍ଧରେ ଆଘାତ ଲାଗିଛି।

ଆଜି ସକାଳେ ୨ଜଣ ଛାତ୍ର କଲେଜରେ ପରୀକ୍ଷା ଦେଉଥିବା ସମୟରେ ହଠାତ୍‌ ଫ୍ୟାନଟି ତାଙ୍କୁ ଉପରେ ଛିଡିକି ପଡ଼ିଥିଲା। ସେମାନଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ad-week
Leave A Reply

Your email address will not be published.