ସ୍ତ୍ରୀଙ୍କୁ ବୀଭତ୍ସ ହତ୍ୟା, ଥାନାରେ ସ୍ବାମୀ ଅଟକ

add-all

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ପୁଣି ଏକ ବୀଭତ୍ସ ହତ୍ୟା କାଣ୍ଡ ଘଟଣା ଘଟିଛି। ସ୍ତ୍ରୀଙ୍କୁ ତଣ୍ଟି ଚିପି ହତ୍ୟା କରିଥିବା ସନ୍ଦେହରେ ପୁଲିସ ଅଭିଯୁକ୍ତ ସ୍ବାମୀଙ୍କୁ ଅଟକ ରଖିଛି। ମୃତ ମହିଳା ଜଣକ ହେଉଛନ୍ତି ମାମା ପ୍ରଧାନ।

ସୂଚନା ଅନୁସାରେ ଭରତପୁର ଥାନା ତେଲୁଗୁ ସାହି ଅଞ୍ଚଳରେ ସାଗର ପ୍ରଧାନ ଓ ମାମା ପ୍ରଧାନ ରହୁଥିଲେ। ସେମାନେ ପ୍ରେମ ବିବାହ କରିଥିଲେ ଏବଂ କିଛି ଦିନ ହେବ ଭୁବନେଶ୍ୱରରେ ଆସି ରହୁଥିଲେ। ‌ତେବେ ପାରିବାରିକ କଳହ ପାଇଁ ହତ୍ୟାକାଣ୍ଡ ଘଟିଥିବା ପୁଲିସ ସନ୍ଦେହ କରୁଛି। ପୁଲିସ ମହିଳାଙ୍କ ମୃତଦେହ ଜବତ କରିଛି। ପୋଷ୍ଟମର୍ଟମ ପାଇଁ ପଠାଇ ସ୍ୱାମୀ ସାଗର ପ୍ରଧାନଙ୍କୁ ଅଟକ ରଖି ପଚରା ଉଚରା କରୁଛି।

ସୂଚନାଯୋଗ୍ୟ, ଗତ ଜାନୁଆରି ମାସରେ କମିସନରେଟ ପୁଲିସ ଅନ୍ତର୍ଗତ ନୟାପଲ୍ଲୀ ଥାନା ଅଞ୍ଚଳରେ ଏକ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି। ପାରିବାରିକ କଳହକୁ ନେଇ ସ୍ତ୍ରୀକୁ ପିଟିପିଟି ମାରି ଦେଇଥିଲା ସ୍ୱାମୀ। ୪୨ ବର୍ଷୀୟ ମହିଳା ନୟାଗଡ଼ରୁ ଆସି ଏଠାରେ ଏକ ନିର୍ମାଣାଧୀନ ଆପାର୍ଟମେଣ୍ଟରେ କାମ କରୁଥିଲେ।

ad-week
Leave A Reply

Your email address will not be published.