ତ୍ରୟୋଦଶ ବନଜ୍ୟୋତ୍ସ୍ନା ପୁସ୍ତକ ମେଳା ଓ ସାଂସ୍କୃତିକ ଉତ୍ସବ ଉଦ୍‌ଘାଟିତ

add-all

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଫୁଲବାଣୀ ସ୍ଥିତ କରୋନେସନ ପଡ଼ିଆ ଠାରେ ତ୍ରୟୋଦଶ ବନଜ୍ୟୋତ୍ସ୍ନା ପୁସ୍ତକ ମେଳା ଓ ସାଂସ୍କୃତିକ ଉତ୍ସବ ଉଦଘାଟିତ ହୋଇଯାଇଛି। ଏଥିରେ ମୁଖ୍ୟଅତିଥି ଭାବେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଫୁଲବାଣୀ ପୌରାଧ୍ୟକ୍ଷା ସ୍ମିତାରାଣୀ ମହାନ୍ତି ଓ ମିହିରଚାନ୍ଦ ମଲିକ ପ୍ରମୁଖ ଉପସ୍ଥିତ ଥିଲେ । ବନଜ୍ୟୋତ୍ସ୍ନାର ମୁଖ୍ୟ ସମ୍ପାଦକ କାହ୍ନୁ ଚରଣ ଶତପଥୀ ସ୍ବାଗତ ଭାଷଣ ଦେବା ସହ ମଞ୍ଚ ପରିଚାଳନା କରିଥିଲେ।ଅନୁଷ୍ଠାନର ସଭାପତି ପ୍ରଶାନ୍ତ କୁମାର ବେହେରା କାର୍ଯ୍ୟକ୍ରମରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ ବରିଷ୍ଠ ଉପଦେଷ୍ଟା କୌଶିକ ସାହୁ ଅଧ୍ୟକ୍ଷତା କରିଥିଲେ। ଏଥିରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ପ୍ରକାଶକ, ପୁସ୍ତକ ବିକ୍ରେତାଙ୍କ ସମେତ ବହୁ ଲବ୍‌ଧ ପ୍ରତିଷ୍ଠିତ ସାହିତ୍ୟିକ, କବି ଓ ଲେଖକ ଯୋଗ ଦେଇଥିଲେ ଏବଂ ଆଗକୁ ମଧ୍ଯ ଆହୁରି ଅନେକ ସାହିତ୍ୟିକଙ୍କ ସାହିତ୍ୟ ଚର୍ଚ୍ଚା ସହ ସେମାନଙ୍କୁ ସମ୍ବର୍ଦ୍ଧିତ କରାଯିବାକୁ ଅନୁଷ୍ଠାନ ପକ୍ଷରୁ ସ୍ଥିର କରାଯାଇଛି l
ମନୋଜ କୁମାର ନାୟକ ଏବଂ ସାଥୀ କଳାକାର ମାନେ ପ୍ରାରମ୍ଭିକ ସଙ୍ଗୀତ ପରିବେଷଣ କରିଥିଲେ। ଏହି ଅବସରରେ ବୈଜୟନ୍ତ ମାଳା ମହାପାତ୍ର ଙ୍କ ଭଜନ ମାଳା ବହି, ବନଜ୍ୟୋତ୍ସ୍ନାର ସ୍ବନକ୍ଷତ୍ର ସଂଖ୍ୟା ଏବଂ କାହ୍ନୁ ଶତପଥୀଙ୍କ ଗପ ପୁସ୍ତକ ‘ମଲା ନଈର ଢେଉ’ ଓ ପ୍ରବନ୍ଧ ପୁସ୍ତକ ‘ଅନନ୍ୟ କାବ୍ୟଶିଳ୍ପୀ ଗୋଦାବରୀଶ’ ଉନ୍ମୋଚିତ ହୋଇଥିଲା । ଚଳିତ ପୁସ୍ତକ ମେଳା ୧୭/୪/୨୦୨୩ ରୁ ଆରମ୍ଭ ହୋଇ ୨୮/୪/୨୦୨୩ ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ସାହିତ୍ୟ ଚର୍ଚ୍ଚା ସହ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ କଳାକାର ମାନଙ୍କୁ ନେଇ ସାଂସ୍କୁତିକ କାର୍ଯ୍ୟକ୍ରମ ଚାଲିବ ବୋଲି ଅନୁଷ୍ଠାନର ସଭାପତି ଶ୍ରୀ ବେହେରା ସୂଚନା ଦେଇଛନ୍ତି l ୧୫୦ ରୁ ଅଧିକ ପୁସ୍ତକ ଷ୍ଟଲ ସମେତ ଅନ୍ୟାନ୍ୟ ଷ୍ଟଲ୍‌, ମୀନାବଜାର, ଫୁଡ ଷ୍ଟଲ୍ ରେ ଅଧିକ ଭିଡ ଜମୁଥିବା ଦେଖିବାକୁ ମିଳିଛି ।

ad-week
Leave A Reply

Your email address will not be published.