ଗ୍ରୀଷ୍ମକୁ ନେଇ ଚିନ୍ତାରେ ଲୋକେ…

add-all

ବ୍ରହ୍ମପୁର : ଅଧିକାଂଶ ସ୍ଥାନରେ ସର୍ବୋଚ୍ଚ ତାପମାତ୍ରା ୩୫ ଡିଗ୍ରି ରୁ ଅଧିକା ରହିଛି । ଏହି ଗ୍ରୀଷ୍ମକୁ ନେଇ ଚିନ୍ତାରେ ଲୋକେ । ଚଳିତ ବର୍ଷ ଅତ୍ୟଧିକ ତାପମାତ୍ରା ବୃଦ୍ଧି ହୋଇପାରେ । ଆସନ୍ତା ସପ୍ତାହକ ମଧ୍ୟରେ ୪୦ ଡିଗ୍ରି ଅଧିକା ଟପିଯିବାର ଆଶଙ୍କା ମଧ୍ୟ ପ୍ରକାଶ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ସକାଳୁ ସକାଳୁ ବଢୁଛି ରୌଦ୍ରତାପ। ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ପାଣିପାଗ ବିଭାଗ ପକ୍ଷରୁ ଚଳିତ ଏପ୍ରିଲ ମାସ ୧୬ ତାରିଖ ପର୍ଯ୍ୟନ୍ତ ଗ୍ରୀଷ୍ମ ପ୍ରବାହ ଜାରି ରହିବ।ଫଳରେ ତାପମାତ୍ରା ମଧ୍ୟ ବୃଦ୍ଧି ପାଇଛି।ତାପମାତ୍ରା ବୃଦ୍ଧି ଯୋଗୁଁ ସାଧାରଣ ଜୀବନ ଅସ୍ତବ୍ୟସ୍ତ ହୋଇପଡୁଛି।ପ୍ରବଳ ଖାରରେ ବାହାରକୁ ଯିବା ଆସିବା କଷ୍ଟ ହେଉଛି।ମଧ୍ୟାହ୍ନରେ ରାସ୍ତାଘାଟ ସୁନସାନ ଦେଖାଯାଉଛି। ତାପମାତ୍ରା ବୃଦ୍ଧି ଯୋଗୁଁ ଅଂଶୁଘାତ ହେବାର ସମ୍ଭାବନା ଆଶଙ୍କା ମଧ୍ୟ ବୃଦ୍ଧି ପାଇଛି।ଯାହାକୁ ନେଇ ଅତି ଜରୁରୀ କାମ ନ ଥିଲେ ଘରୁ ବାହାରକୁ ନ ଯିବା ପାଇଁ ପରାମର୍ଶ ଦେଇଛନ୍ତି ରାଜ୍ୟ ସରକାର।

ad-week
Leave A Reply

Your email address will not be published.