କନ୍ଧମାଳ ଜିଲ୍ଲା ସ୍କାଉଟ ଓ ଗାଇଡ ଶିକ୍ଷକଙ୍କୁ ପୁରସ୍କୃତ କଲେ ରାଜ୍ୟପାଳ

add-all

କନ୍ଧମାଳ: ରାଜ୍ୟ ଭାରତ ଏବଂ ଗାଇଡ ଭୁବନେଶ୍ୱର ତରଫରୁ ଶନିବାର ଭୁବନେଶ୍ବର ସ୍ଥିତ ରାଜଭବନ ଠାରେ ସେବା ପାଇଁ ସର୍ଭିସ୍ ଷ୍ଟାର କାର୍ଯ୍ୟକ୍ରମରେ କୋରନା ବେଳେ ସେବା କରିଥିବା ବିଭିନ୍ନ ଜିଲାର ସ୍କାଉଟ ଓ ଗାଇଡ ଶିକ୍ଷକଙ୍କୁ ରାଜ୍ୟପାଳ ପୁରସ୍କୃତ କରିଛନ୍ତି। ସେଥି ମଧ୍ୟରେ କନ୍ଧମାଳ ଜିଲ୍ଲା ସ୍କାଉଟ ଏବଂ ଗାଇଡ ଶିକ୍ଷକ କୈଳାଶ ଚନ୍ଦ୍ର ସ୍ୱାଇଁଙ୍କୁ ମାନ୍ୟବର ରାଜ୍ୟପାଳ ପ୍ରଦାନ କରିଥିବା ବେଳେ ଗତ କରୋନା ମହାମାରୀ ବେଳେ ଜିଲାର ବିଭିନ୍ନ ଗାଁ କୁ ଗାଁ ବୁଲି ମାସ୍କ ବଣ୍ଟନ କାରିବା ସହିତ ସାମାଜିକ ଦୂରତା କିଭଳି ପାଳନ କରି ହେବ ତାହା ଲୋକଙ୍କୁ ସଚେତନ କରିଥିବା ଏବଂ ଜିଲା କ୍ୟାମ୍ପରି, ରାଜ୍ୟ କ୍ୟାମ୍ପରିରେ ଭାଗ ନେଇ ବହୁବାର ଜିଲାକୁ ଗର୍ବ ନିୟୀତ୍ୱ ଦେଇଥିବା ପାଇଁ ଉକ୍ତ ପୁରସ୍କାର ପାଇବାକୁ ହକଦାର ଥିବା କହିଛନ୍ତି ଶିକ୍ଷକ ଶ୍ରୀ ସ୍ୱାଇଁ। ଏହି ପୁରସ୍କାର ପାଇବା ପରେ ଶ୍ରୀ ସ୍ୱାଇଁଙ୍କୁ ଜିଲା ମୂଖ୍ୟ କମିଶନର ଶ୍ରୀ ପ୍ରମୋଦ କୁମାର ଷଡ଼ଙ୍ଗି ଓ ଜିଲା ସମ୍ପାଦକ ଶ୍ରୀ ରଙ୍କନିଧି ବେହେରାଙ୍କ ସମେତ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି।

ad-week
Leave A Reply

Your email address will not be published.