ସମ୍ବଲପୁର ସହରରେ କୋହଳ ହେଲା କର୍ଫ୍ୟୁ, ଆଉ ୪୮ଘଣ୍ଟା ଇଣ୍ଟରନେଟ୍ ସେବା ବନ୍ଦ

add-all

ସମ୍ବଲପୁର: ସମ୍ବଲପୁରକୁ ଫେରୁଛି ଶାନ୍ତି । ସ୍ଥିତି ଅଧିକ ସ୍ୱାଭାବିକ ହେବାରେ ଲାଗିଛି। ଅଧିକ କୋହଳ ହୋଇଛି କର୍ଫ୍ୟୁ । ଦିନରେ କଟକଣା ହଟିଥିବାବେଳେ ଜୀବନ ଯାତ୍ରା ସ୍ୱାଭାବିକ ଚାଲିଛି। ସହରର ସମସ୍ତ ଦୋକାନ ବଜାର ଖୋଲା ରହିଛି। କିନ୍ତୁ ନାଇଟ୍‌ କର୍ଫ୍ୟୁ ଜାରି ରହିଛି। କର୍ପ୍ୟୁ କୋହଳ କରାଯାଇଥିଲେ ବି ଇଣ୍ଟରନେଟ୍‌ ସେବା ବନ୍ଦ ରଖାଯାଇଛି। ଆଉ ୨ ଦିନ ଅବଧି ବୃଦ୍ଧି କରାଯାଇଛି। ହେଲେ ଲିଜ୍‌ ଲାଇନ୍‌ ଓ ବ୍ରଡ ବ୍ୟାଣ୍ଡ ସେବା ସକାଳ ୧୦ଟାରୁ ସନ୍ଧ୍ୟା ୫ଟା ଯାଏ ଖୋଲା ରହିବ। ଏନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ସହରରେ କିପରି ସଂପୂର୍ଣ୍ଣ ଶାନ୍ତି ଫେରିବା ସେନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରୟାସ ଜାରି ରହିଛି। ଆଜି ରାଜସ୍ୱ କମିଶନରଙ୍କ ଅଧ୍ୟକ୍ଷତାରେ ଶାନ୍ତି କମିଟି ବୈଠକ ବସିବ। ବୈଠକରେ ଯୋଗଦେବେ ସହରର ବିଭିନ୍ନ ବର୍ଗର ଲୋକ। ଜିଲ୍ଲାପାଳ ଓ ଏସପି ମଧ୍ୟ ଉପସ୍ଥିତ ରହି ଆଲୋଚନା କରିବେ। ଦୀର୍ଘ ୧ ସପ୍ତାହ ଧରି ସହରରେ ଲାଗିରହିଥିବା ଅଚଳାବସ୍ଥା ଦୂର ଓ ଶାନ୍ତି ପ୍ରତିଷ୍ଠା ପାଇଁ ପ୍ରଶାସନ ପକ୍ଷରୁ ପ୍ରୟାସ ଜାରି ରହିଛି ।

ad-week
Leave A Reply

Your email address will not be published.