ସମ୍ବଲପୁରରେ ବସିଲା ଶାନ୍ତି କମିଟି ବୈଠକ

add-all

ସମ୍ବଲପୁର: ଧିରେ ଧିରେ ସ୍ୱାଭାବିକ ହେବାରେ ଲାଗିଛି ସମ୍ବଲପୁର ସହର । ଗତ ୧୨ ଓ ୧୪ ତାରିଖରେ ହୋଇଥିବା ଅଘଟଣ ଯୋଗୁଁ ଏବେ ସାରା ସହର ଏକ ପ୍ରକାର ଅଶାନ୍ତ ହୋଇପଡ଼ିଥିଲା । ପ୍ରଶାସନର ଅକ୍ଲାନ୍ତ ଉଦ୍ୟମ ସତ୍ତ୍ୱେ ଶାନ୍ତି ଧିରେ ଧିରେ ଫେରିଛି। ସମ୍ପୂର୍ଣ ଶାନ୍ତି ଫେରାଇ ଆଣିବା ଦିଗରେ ଜିଲ୍ଲା ପ୍ରଶାସନ ଏକାଧିକ ଶାନ୍ତି କମିଟି ବୈଠକ କରୁଛନ୍ତି ।ଆଜି ମଧ୍ୟ ଆରଡିସିଙ୍କ କାର୍ଯ୍ୟାଳୟ ଠାରେ ଆଉ ଏକ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ଅନେକ ବୁଦ୍ଧିଜୀବୀ, ବରିଷ୍ଠ ନାଗରିକ ଓ ବିଭିନ୍ନ କମ୍ୟୁନିଟିର ମୁରବି ମାନେ ଯୋଗ ଦେଇଛନ୍ତି ।

ଆଜି ସମ୍ବଲପୁର ସହରରେ ଦିନ ୧୦ଟାରୁ ଲିଜ ଲାଇନ ଓ ବ୍ରଡ୍ ବ୍ୟାଣ୍ଡ ସେବାକୁ ଟ୍ରାଏଲ ମୋଡ଼ରେ ଆରମ୍ଭ କରାଯାଇଛି । ମୋବାଇଲ ନେଟ ସେବାକୁ ଆସନ୍ତା ୪୮ ଘଣ୍ଟା ପର୍ଯ୍ୟନ୍ତ ବନ୍ଦ ରଖାଯାଇଛି । ବ୍ରଡ୍ ବ୍ୟାଣ୍ଡ ନେଟ ବ୍ୟବହାର କରି ଯେଉଁମାନେ ଘୃଣା ସୃଷ୍ଟିକାରି ଭିଡିଓ ଓ ଅଡିଓ ସେଆର କରିବେ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । କାର୍ଯ୍ୟାନୁଷ୍ଠାନ ପାଇଁ ଏକ ଟୋଲ ଫ୍ରି ନମ୍ବର ମଧ୍ୟ ପ୍ରଶାସନ ପକ୍ଷରୁ ଜାରି କରାଯାଇଛି । ଏହି ନମ୍ବର ଟି ହେଲା 18003456723 ଓ 8895844826।

ad-week
Leave A Reply

Your email address will not be published.