ଅସୁସ୍ଥ ବୃଦ୍ଧାଙ୍କୁ ଖଟିଆରେ ବୋହି ଆଣି ମେଡ଼ିକାଲରେ ଭର୍ତ୍ତି କରାଇଲେ ଏସଓଜି ଯବାନ

add-all


ଫୁଲବାଣୀ : କନ୍ଧମାଳ ଏସଓଜି ଯବାନ ଦେଖାଇଲେ ମାନବିକତା ଅଂଚଳବାସୀଙ୍କ ଭୂୟସୀ ପ୍ରଶଂସା l ସୂଚନା ଅନୁସାରେ ଏସଓଜି ଜବାବ ମାନେ କମ୍ବିଂ ଅପରେସନ ସାରି ଫେରୁଥିବା ବେଳେ କନ୍ଧମାଳ ଜିଲ୍ଲା ଗୋଚ୍ଛାପଡ଼ା ଥାନା ଅଞ୍ଚଳର ଲବେରିକିଆ ଗାଁରେ ଜଣେ ବୃଦ୍ଧା ଅସୁସ୍ଥ ଥିବା ଖବର ପାଇବା ପରେ ଗାଁକୁ ଆମ୍ବୁଲାନ୍ସ ଆସିବା ପାଇଁ କୋୖଣସି ସୁବିଧା ନଥିବାରୁ ତୁରନ୍ତ ଖଟିଆରେ ବୋହି ଆଣି ନିକଟସ୍ଥ ଡାକ୍ତରଖାନା ରେ ଭର୍ତ୍ତି କରାଇଥିଲେ l ଆରକ୍ଷୀ ଅଧିକ୍ଷକ ଶୁଭେନ୍ଦୁ ପାତ୍ରଙ୍କ ନିର୍ଦ୍ଧେଶ କ୍ରମେ ଅଧିକ ଚିକିତ୍ସା ପାଇଁ ଅସୁସ୍ଥ ବୃଦ୍ଧାଙ୍କୁ ଫୁଲବାଣୀ ସଦର ମହକୁମା ଡାକ୍ତରଖାନାରେ
ଭର୍ତ୍ତି କରାଯାଇଛି l ଏବେ ସ୍ଵାସ୍ଥ୍ୟବସ୍ଥାରେ ଉନ୍ନତି ଆସିଛି ବୋଲି ଡାକ୍ତରଙ୍କ ନିକଟରୁ ସୁଣିବାକୁ ମିଳିଛି l

ad-week
Leave A Reply

Your email address will not be published.