ନାବାଳିକାକୁ  ଦୁଷ୍କର୍ମ ଉଦ୍ୟମ ଅଭିଯୋଗରେ ବେଲ ପାଇ ଫେରାର ଥିବା ଅଭିଯୁକ୍ତକୁ ୭ ବର୍ଷ ପରେ ଧରିଲା ଗୋସାଇଁ ନୂଆ ଗାଁ ପୋଲିସ

add-all

ବ୍ରହ୍ମପୁର : ଗତ ୨୦୧୫ ମସିହା ଜାନୁୟାରୀ ୨୨ତାରିଖରେ ଗୋସାଇଁ ନୂଆ ଗାଁ ଉତ୍ତେରେଶ୍ୱର ମନ୍ଦିର ବୁଦା ନିକଟରେ ଜଣେ ୧୩ ବର୍ଷର ନାବାଳିକା କୁ ଦୁଷ୍କର୍ମ ଉଦ୍ୟମ ,ଅସାଦାଚରଣ କରୁଥିବା ବେଳେ ଉକ୍ତ ରାସ୍ତା ଦେଇ ଯାଉଥିବା ଦୁଇ ଜଣ ମହିଳା ଏହା ଦେଖି ପାଟି କରିଥିଲେ। ଫଳରେ ପିଡିତା କୁ ଛାଡି ଅଭିଯୁକ୍ତ ଜଣଙ୍କ ସେଠାରେ ଫେରାର ହୋଇଯାଇଥିଲା । ଗୋସାଇଁ ନୂଆ ଗାଁ ପୋଲିସ ଏହାର ତଦନ୍ତ କରି ବାବୁଲୁ ସ୍ୱାଇଁ କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ସାତ ମାସ ଧରି ବିଚାର ବିଭାଗୀୟ ହାଜତ ରେ ରହିବା ପରେ ପୋକ୍ସ କୋର୍ଟ ଅଭିଯୁକ୍ତ କୁ ଜାମିନ ପ୍ରଦାନ କରିଥିଲେ । ତେବେ ଦୀର୍ଘ ସାତ ବର୍ଷ ହେଲା ଅଭିଯୁକ୍ତ ଜଣଙ୍କ ଫେରାର ହୋଇଯାଇଥିଲା। ସେ ବାରମ୍ବାର ନିଜ ସ୍ଥାନ ପରିବର୍ତ୍ତନ କରି ପୋଲିସ କୁ ଚକମା ଦେଇଥିଲା।ତେବେ ଆଜି ପୋଲିସ ତାକୁ ୱାରେଣ୍ଟ ବଳରେ ଗିରଫ କରିଥିବା ଏସପି ସୂଚନା ଦେଇଛନ୍ତି

ad-week
Leave A Reply

Your email address will not be published.