ଶେଷରେ ମାଂସ ତରକାରୀ ପାଇଁ ଗଣ୍ଡଗୋଳ ଓ ହାତା ହାତୀ…

add-all

ହିଞ୍ଜିଳିକାଟୁ ୨୦।୪ : ମାଂସ ତରକାରୀ ଅଧିକା ନେବାକୁ କେନ୍ଦ୍ର କରି ଦୁଇ ପକ୍ଷ ପିଟାପିଟି । ତରକାରୀ ଚଟୁରେ ଜଣେ ଆହତ । ଆହତ ଜଣକ ହେଲେ ହିଞ୍ଜିଳି ଥାନା ଅନ୍ତର୍ଗତ ଚୈତନପଡା ଗ୍ରାମର ଭରତ ଦାସ । ଏନେଇ ଭରତ ହିଞ୍ଜିଳି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ହିଞ୍ଜିଳି ଥାନାରେ ୨୨୪ ।୨୩ ଏତଲା ରୁଜୂକରି ଗୁରୁବାର ହିଞ୍ଜିଳି ପୋଲିସ ଏସ ଆଇ ସୁନିଲ କୁମାର ଖଣ୍ଡଗୋରି ଚୈତନପଡା ଗ୍ରାମ ସମିର ଦାସ କୁ ଗିରଫ କରିଛିନ୍ତି । ଘଟଣାରୁ ପ୍ରକାଶ ହିଞ୍ଜିଳି ଥାନା ଅନ୍ତର୍ଗତ ଚୈତନପଡା ଗ୍ରାମର ଦାସ କୂଳ ପକ୍ଷରୁ ଏକ କୂଳ ଭୋଜି ଆୟୋଜନ କରାଯାଇଥିଲା। ସମସ୍ତ କୁଳବାସୀ ଖାଇବା ପରେ ବଳକା ମାଂସ ତରକାରୀ ସମିର ଦାସ ଭାଗବାଣ୍ଟି ନେବା ବେଳେ ଅଧିକ ନେଇଯାଇଥିଲେ। ଏଥିରେ ଭରତ ଦାସ ଅଧିକ କାହିଁକି ନେଉଛ ବୋଲି ପଚାରିବାରୁ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇ ଗଣ୍ଡଗୋଳ ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ସମିର ତରକାରୀ ଘଣ୍ଟା ଚଟୁରେ ଭରତ ଙ୍କୁ ଆକ୍ରମଣ କରିଥିଲେ । କୂଳ ବାସୀ ଆହତଙ୍କୁ ଉଦ୍ଧାର କରି ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଏନେଇ ଭରତ ହିଞ୍ଜିଳି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ଗୁରୁବାର ସମିର ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ହିଞ୍ଜିଳି ଥାନା ଅଧିକାରୀ ଅଭିମନ୍ୟୁ ଦାସ କହିଛନ୍ତି।

ad-week
Leave A Reply

Your email address will not be published.