ଦାରିଙ୍ଗବାଡ଼ି ବାର ଆସୋସିଏସନର ପୂର୍ବତନ ଏପିପି ରୂପ କୁମାର ସରକାରଙ୍କ ଅକାଳ ବିୟୋଗରେ ଶୋକସଭା

add-all

ଦାରିଙ୍ଗବାଡି,୨୦/୪, ଦାରିଙ୍ଗବାଡ଼ି ପ୍ରଥମ ଶ୍ରେଣୀ ବିଚାର ବିଭାଗ କୋର୍ଟ ବାର ଆସୋସିଏସନରେ ଆଜି ପୂର୍ବତନ ଏପିପି ରୂପ କୁମାର ସରକାରଙ୍କ ଅକାଳ ବିୟୋଗରେ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ରୂପ କୁମାର ସରକାର ଦାରିଙ୍ଗବାଡ଼ି ବାର ଆସୋସିଏସନର ପ୍ରତିଷ୍ଠା ସଦସ୍ୟ ସହିତ ପୂର୍ବତନ ଏପିପି ଭାବେ କାର୍ଯ୍ୟ କରିଥିଲେ । ଏହାପରେ ତ୍ରିଶକ୍ତି ନିର୍ମାଣ କନଷ୍ଟ୍ରକସନ କମ୍ପାନୀର ସହଯୋଗୀ ସଦସ୍ୟ ହୋଇ ବିଭିନ୍ନ ନିର୍ମାଣ କାର୍ଯ୍ୟ କରୁଥିଲେ । ସେ ଜଣେ ମେଳାପୀ, ମିଷ୍ଟଭାସି ଓ ଜଣାଶୁଣା ଵ୍ୟକ୍ତତ୍ୱ ଥିଲେ । ହେଲେ ଗତ ୧୩.୪.୨୦୨୪ ତାରିଖ ଦିନ ତାଙ୍କର ହଠାତ ହୃଦଘାତରେ ମୃତ୍ୟୁ ହୋଇଥିଲା । ମୃତ୍ୟୁ ସମୟରେ ତାଙ୍କର ବୟସ ୫୩ବର୍ଷ ହୋଇଥିଲା। ଦାରିଙ୍ଗବାଡି କୋର୍ଟ ବାର ଆସୋସିଏସନ ପକ୍ଷରୁ ତାଙ୍କର ବିୟୋଗ ନେଇ ବାର ଆସୋସିଏସନ ସଭାପତି ପ୍ରଦୀପ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଶୋକ ସଭାର ଆୟୋଜନ କରାଯାଇଥିଲା । ଏଥିରେ ପ୍ରଥମ ଶ୍ରେଣୀ ବିଚାରପତି ଶ୍ରୀମତୀ ଶ୍ରୀମୟୀ ପଟ୍ଟନାୟକ ସହିତ ଏପିପି ସୁରେଶ ଚନ୍ଦ୍ର ପାତ୍ର, ବାର ଆସୋସିଏସନ ସମ୍ପାଦକ ଇନ୍ଦ୍ରମଣି ପ୍ରଧାନ, ବରିଷ୍ଠ ଆଇନଜୀବୀ ଉମେଶ କର, ଦିଲ୍ଲୀପ କୁମାର ବଳିୟାରସିଂ, ମନୋଜ କୁମାର ପଣ୍ଡା ଓ ସମସ୍ତ ବାର ଆସୋସିଏସନ ସଦସ୍ୟ ଉପସ୍ଥିତ ରହି ତାଙ୍କ ଫୋଟ ଚିତ୍ରରେ ପୁଷ୍ପ ଦେଇ ଶ୍ରଦ୍ଧାଅଞ୍ଜଳି ଜଣାଇବା ସହ ସ୍ମୃତି ଚାଳନା କରିଥିଲେ ।

ad-week
Leave A Reply

Your email address will not be published.