
ହିଞ୍ଜିଳିକାଟୁ ୨୩।୪ : ହିଞ୍ଜିଳିକାଟୁ ର ପ୍ରସିଦ୍ଧ ଲକ୍ଷ୍ମୀ ନୃସିଂହଙ୍କ ଯାତ୍ରା ଆସନ୍ତା ମଇ ମାସ ୪ ,୫ଓ୬ ତାରିଖ ପର୍ଯ୍ୟନ୍ତ ଯାତ୍ରା ନିମନ୍ତେ ଶୁଭଖୁଣ୍ଟି ସ୍ଥାପନ ହୋଇଯାଇଛି। ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ପାଟଣା ସାହି ଲକ୍ଷ୍ମୀ ନୃସିଂହ ମନ୍ଦିର ସମ୍ମୁଖରେ ରବିବାର ପୂର୍ବାହ୍ନ ୯ଘଣ୍ଟ ସମୟରେ ପୁଜା ପାଠ କରାଯାଇ ମନ୍ଦିର ପୂଜକ ଶରତ ଚନ୍ଦ୍ର ପାଣ୍ଡା ପୂଜା କାର୍ଯ୍ୟ ସମ୍ପାଦନ କରିଥିଲେ। ଶୁଭଖିଣ୍ଟି ସ୍ଥାପନ ସମୟରେ ଗାଣ୍ଡୁ ସାହୁ, ଲକ୍ଷ୍ମୀକାନ୍ତ ମହାପାତ୍ର, ମନ୍ଦିର ପରିଚାଳନା ସମ୍ପାଦକ ରାଜେନ୍ଦ୍ର କୁମାର ସାହୁ ଓ ସାହି ଵାସିନ୍ଦା ସହଯୋଗ କରିଥିଲେ। ସେହିପରି ଅପରାହ୍ନରେ ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ କେଉଟ ସାହି ଯାତ୍ରା କମିଟି ସଭାପତି ଭୀମସେନ ଵେହେରା ଓ ଵଡରଙ୍ଗଣୀ ସାହି ଯାତ୍ରା କମିଟି ସଭାପତି ବଶିଂଧର ସାହୁ ଙ୍କ ତତ୍ତ୍ଵାବଧାନରେ ରେ ଲକ୍ଷ୍ମୀ ନୃସିଂହ ଯାତ୍ରା ନିମନ୍ତେ ସାହି ଵାସିନ୍ଦା ଙ୍କ ସହଯୋଗ ରେ ଶୁଭଖିଣ୍ଟି ସ୍ଥାପନ ହୋଇଯାଈଛି।