ସ୍ବାଭିମାନ ଅଞ୍ଚଳ ହନ୍ତାଳ ଗୁଡା ଘାଟିରେ ଭାରସାମ୍ୟ ହରାଇ ଓଲଟି ପଡିଲା ଅଟୋ ୮ ଗୁରୁତର…

add-all

ମାଲକାନଗିରି : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ସ୍ବାଭିମାନ ଅଞ୍ଚଳ ହନ୍ତାଳ ଗୁଡା ଘାଟିରେ ଆଜି ସକାଳୁ ଏକ ଯାତ୍ରୀବାହୀ ଅଟୋ ଭାରସାମ୍ୟ ହରାଇ ଓଲଟି ପଡିଥିବା ର ଜଣାପଡିଛି।ଅଟୋରେ ଆଠ ଜଣ ଯାତ୍ରୀ ଙ୍କୁ ନେଇ ହନ୍ତାଳ ଗୁଡା ଠାରୁ ଚିତ୍ର କୋଣ୍ଡା ଅଭିମୁଖେ ଯାଉଥିବା ସମୟରେ ହଠାତ୍ ବ୍ରେକ ଫେଲ ହୋଇଯାଇଥିଲା ଯାଫଳରେ କି ଅଟୋ ଟି ଘାଟି ରେ ଓଲଟି ପଡିଥିଲା ଫଳରେ ଅଟୋରେ ଥିବା ଆଠ ଜଣ ଯାତ୍ରୀ ଅଳ୍ପ କେ ମୃତ୍ୟୁ ମୁଖରୁ ବଞ୍ଚି ଯାଇଥୂବାବେଳେ ଦୁଇ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି ଜଣକ ଗୋଡ଼ ଭାଙ୍ଗି ଯାଇଥିବା ବେଳେ ଅନ୍ୟ ଜଣେ ବେହୋସ୍ ହୋଇ ଯାଇଛନ୍ତି। ଖବର ପାଇ ଜୋଡାଆମ୍ବ ସ୍ବାସ୍ଥ୍ୟ କେନ୍ଦ୍ର ର ଏଲ୍ ଟି ଶ୍ରୀ ଗଙ୍ଗାଧର ହନ୍ତାଳ ଗୋବିନ୍ଦ ଚନ୍ଦ୍ର ପୁନା,ଆଟେଣ୍ଡର ମୋନଜ ଶିଶା ସିକୁରିଟି ଗାଡ଼ି ସହ ସ୍ବାସ୍ଥ୍ୟ କେନ୍ଦ୍ର କର୍ମ ଚାରୀ ଘଟଣା ସ୍ଥଳରେ ପହଞ୍ଚି ସମସ୍ତ ଆହତ ଏବଂ ଗୁରୁତର କୁ ପ୍ରାଥମିକ ଚିକିତ୍ସା କରିବା ପରେ ସମସ୍ତ ଙ୍କୁ ଚିତ୍ର କୋଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ପଠାଇଛନ୍ତି ଏବଂ ଖବର ପାଇ ହନ୍ତାଳ ଗୁଡା ରେ ଅବସ୍ଥାପିତ ସୂରକ୍ଷା କର୍ମୀ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚି ସମସ୍ତ ଆହତ ଏବଂ ଗୁରୁତର କୁ ଚିତ୍ରକୋଣ୍ଡା ସ୍ବାସ୍ଥ୍ୟକେନ୍ଦ୍ର କୁ ଆମ୍ବୁଲାନ୍ସ ଯୋଗେ ପଠାବାରେ ସହଯୋଗ କରିଥିଲେ।
ସମସ୍ତ ଆହତ ଏବଂ ଗୁରୁତର ବର୍ତ୍ତମାନ ଚିତ୍ର କୋଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସାଧିନ ଥିବା ଦେଖିବାକୁ ମିଳିଛି।

ad-week
Leave A Reply

Your email address will not be published.