ବିଶ୍ଵହିନ୍ଦୁ ପରିଷଦ ପକ୍ଷରୁ ବିଶାଳ ଶୋଭାଯାତ୍ରା, ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ

add-all

ମାଲକାନଗିରି (୨୪।୪) : ମାଲକାନଗିରି ଜିଲ୍ଲାରେ ଆଜି ବିଶ୍ୱ ହିନ୍ଦୁ ପରିଷଦ ତରଫରୁ ଏକ ବିଶାଳ ଶୋଭାଯାତ୍ରା ସହ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ବିଗତ ୧୨ ତାରିଖ ଦିନ ସମ୍ବଲପୁର ଜିଲ୍ଲାର ବିଭିନ୍ନ ହିନ୍ଦୁ ସଙ୍ଗଠନ ପକ୍ଷରୁ ହନୁମାନ ଜୟନ୍ତି ଉପଲକ୍ଷେ ବାଇକ ଶୋଭାଯାତ୍ରା କରାଯାଉଥିବା ବେଳେ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ଲୋକେ ଶୋଭାଯାତ୍ରୀଙ୍କ ଉପରକୁ ପଥର ମାଡ କରିଥିଲେ । ଫଳରେ ଅନେକ ପୋଲିସ କର୍ମଚାରୀଙ୍କ ସହ ଶୋଭାଯାତ୍ରୀ କାରୀ ମାନେ ଗୁରୁତ୍ତର ଆହତ ହୋଇଥିଲେ । ଯାହାକୁ ନେଇ ସେଠାରେ ୧୪୪ ଧାରା ଲାଗୁ ହେବା ସହ ଏହାକୁ ବିଭିନ୍ନ ହିନ୍ଦୁ ସଙ୍ଗଠନ ନିନ୍ଦା କରିଥିଲେ । ତେବେ ଏହି ଘଟଣାକୁ ନିନ୍ଦା କରିବା ସହ ଘଟଣାକୁ ଏତେ ଦିନ ବିତିବା ପରେ ମଧ୍ୟ ଦୋଷୀଙ୍କ ଉପରେ କୌଣସି ପଦକ୍ଷେପ ନିଆଯାଇ ନଥିବାରୁ ମାଲକାନଗିରି ହିନ୍ଦୁ ପରିଷଦ ତରଫରୁ ଏହାକୁ ବିରୋଧ କରିବା ସହ ତୀବ୍ର ନିନ୍ଦା କରିଛନ୍ତି। ଘଟଣାର ଉଚିତ ତଦନ୍ତ କରି ହିଂସା କାଣ୍ଡରେ ସମ୍ପୃକ୍ତ ଥିବା ଦୋଷୀଙ୍କୁ ଦଣ୍ଡ ଦେବା ପାଇଁ ଆଜି ଏକ ବିଶାଳ ଶୋଭାଯାତ୍ରା ମାଲକାନଗିରି ସଦର ମହକୁମା ହନୁମାନ ମନ୍ଦିର ଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କ କାର୍ଯାଳୟ ଠାରେ ପହଞ୍ଚି ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଏହି ଦାବିପତ୍ର ପ୍ରଦାନ କରାଯାଇ ଥିଲ।

ad-week
Leave A Reply

Your email address will not be published.