ଇତିହାସ ବିଭାଗର ଜନସଚେତନତା

add-all

ହିଞ୍ଜିଳିକାଟୁ (୨୫/୦୪) : ହିଞ୍ଜିଳିକାଟୁ ବିଜ୍ଞାନ ମହାବିଦ୍ୟାଳୟ(ସ୍ଵୟଂଶାସିତ), ପରିସରରେ ମଙ୍ଗଳବାର ପ୍ରାତଃ ୭ ଘଣ୍ଟା ସମୟରେ ମହାବିଦ୍ୟାଳୟର ପୋଷ୍ୟ ଗ୍ରାମ ଆଲପୁର ଠାରେ ଇତିହାସ ବିଭାଗ ତରଫରୁ “‘ମୋବାଇଲର ଅପବ୍ୟବହାର ” ଶୀର୍ଷକ ଏକ ସମ୍ପ୍ରସାରଣ ତଥା ଜନସଚେତନତା କାର୍ଯକ୍ରମ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଆଲପୂର ଗ୍ରାମର ସରପଞ୍ଚ ଶ୍ରୀମତୀ ରଶ୍ମିତା ପ୍ରଧାନ, ସମିତିଶଭ୍ୟା ଶ୍ରୀମତୀ ରିନା ପୋଲାଇ ଓ ଅନ୍ୟାନ୍ୟ ଗ୍ରାମର ପ୍ରଶାସନିକ କର୍ମକର୍ତ୍ତା ଗଣ ଉପସ୍ଥିତ ରହି ଯୁବ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ । ଇତିହାସ ବିଭାଗର ଛାତ୍ରଛାତ୍ରୀ ତଥା ଜଗନ୍ନାଥ ଜେନା, ସାଗରିକା ବେହେରା, ରାଜେନ୍ଦ୍ର ଡାକୁଆ,ପ୍ରସାଦ ପଣ୍ଡା,ପବିତ୍ର କୁମାର୍ ସାହୁ,ଉମାରଣି ପ୍ରଧାନ,ପ୍ରମୁଖ ଏକ ପଥପ୍ରାନ୍ତ ନାଟକ ଜରିଆରେ ମୋବାଇଲର ଅପବ୍ୟବହାର ଦ୍ଵାରା କିଭଳି ସନ୍ତାନ ମାନେ ଉତ୍ ଶୃଙ୍ଖଳିତ ହେବା ସହ ଅନେକ ପ୍ରକାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି ତାହାର ଏକ ଜ୍ୱଳନ୍ତ ଉଦାହରଣ ଦେଇଥିଲେ। ବିଭାଗୀୟ ମୁଖ୍ୟ ଡକ୍ଟର ବବିତା ପାତ୍ର,ଶ୍ରୀମାନ ଅକ୍ଷୟ କୁମାର ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଉକ୍ତ କାର୍ଯକ୍ରମଟି ସୁଚାରୁ ରୂପେ ସମ୍ପାଦିତ ହୋଇଥିଲା। ଇତିହାସ ବିଭାଗର ସମସ୍ତ ଛାତ୍ରଛାତ୍ରୀ ଏଥିରେ ଯୋଗଦାନ କରି ଏହାକୁ ସାଫଲ୍ୟ ମଣ୍ଡିତ କରିଥିଲେ।

ad-week
Leave A Reply

Your email address will not be published.