ବିଧାୟକଙ୍କ ଦ୍ୱାରା ଗୋଷ୍ଠୀ କେନ୍ଦ୍ର ଉଦଘାଟିତ

add-all

ଦାରିଙ୍ଗବାଡ଼ି(୨୫/୪) : ଦାରିଙ୍ଗବାଡ଼ି ବ୍ଲକ୍ ଅନ୍ତର୍ଗତ ଦାରିଙ୍ଗବାଡ଼ି ପଞ୍ଚାୟତର ପରପାଙ୍ଗା ଗ୍ରାମର ଗୋଷ୍ଠୀ କେନ୍ଦ୍ର ଉଦଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଜି. ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ଯୋଗ ଦେଇ ପରପାଙ୍ଗା ଗୋଷ୍ଠୀ କେନ୍ଦ୍ର ଉଦଘାଟନ କରିଥିଲେ । ଏଥିରେ ସମ୍ମାନୀତ ଅତିଥି ଭାବେ ବିଧାୟକ ପ୍ରତିନିଧି ଦିପକ କୁମାର ସାହୁ, ବ୍ଲକ ସଭାପତି ଜ୍ୟୋତିରାଜ ପ୍ରଧାନ, ବିଜେଡ଼ି ଜିଲ୍ଲା ସମ୍ପାଦକ ଧର୍ମେନ୍ଦ୍ର ପ୍ରଧାନ, ବରିଷ୍ଠ ବିଜେଡ଼ି କର୍ମୀ ସନ୍ତୋଷ ବିଶୋଇ ଯୋଗ ଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ପୂର୍ବତନ ସରପଞ୍ଚ ଜୋହନ ପ୍ରଧାନ, ପଞ୍ଚାୟତ ସଭାପତି ଆଇବ ପ୍ରଧାନ ଓ ପ୍ରଫୁଲ୍ଲ ପ୍ରଧାନ,ସୁଧିର ସାହୁ, ମହେଶକ ପ୍ରଧାନ, ପୁରେ ପ୍ରଧାନଙ୍କ ସମେତ ନହ ପ୍ରଧାନ ଏବଂ ବିଜେଡ଼ି କର୍ମୀମାନେ ଯୋଗ ଦେଇଥିଲେ। ଗ୍ରାମ୍ୟ କମିଟି ସମ୍ପାଦକ ଦାରାସିଂ ପ୍ରଧାନ କାର୍ଯ୍ୟକ୍ରମ ପରିଚାଳନା କରିବା ସହିତ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ। ଗ୍ରାମବାସୀ ପାନୀୟ ଜଳ ସହିତ ଗ୍ରାମରେ ରହିଥିବା ବିଭିନ୍ନ ସମସ୍ୟା ଓ ଏହାର ସମାଧାନ ପାଇଁ ବିଧାୟକଙ୍କୁ ଅନୁରୋଧ କରିଥିଲେ।

ad-week
Leave A Reply

Your email address will not be published.