କମାଣ୍ଡାଣ୍ଟଙ୍କ ଆତ୍ମହତ୍ୟା ସନ୍ଦେହରେ…!

add-all


ରାୟଗଡ଼ା (୨୫/୦୪) : ରାୟଗଡ଼ା ସହରର ସିଆରପିଏଫ୍ ଚତୁର୍ଥ ବାଟାଲିୟନଠାରେ କାର୍ଯ୍ୟରତ ସେକେଣ୍ଡ ଇନ୍ କମାଣ୍ଡାଣ୍ଟ ସୁନୀଲ କୁମାର ଆତ୍ମହତ୍ୟା କରିଥିବା ଜଣାଯାଇଛି । ନିଜ ସର୍ଭିସ୍‌ ଏକେ 47 ରାଇଫଲରୁ ନିଜେ ଗୁଳି ଫୁଟାଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ଛାତିରେ ଗୁଳି ଫୁଟାଇ ଆତ୍ମହତ୍ୟା କରିଥଲେ। ତେବେ ଆତ୍ମହତ୍ୟା କରିବାର କାରଣ ଅସ୍ପଷ୍ଟ ରହିଛି। ସୂଚନାନୁଯାୟୀ, ମଙ୍ଗଳବାର ସକାଳୁ ସୁନୀଲ କୁମାର ନିଜର କ୍ବାର୍ଟର ପରିସରରେ ଗୁଳି ଫୁଟାଇ ଆତ୍ମହତ୍ୟା କରିଥିବା ଜଣାପଡିଛି। ଖବର ପାଇ ଏସପି ବିବେକାନନ୍ଦ ଶର୍ମା ଓ ଅନ୍ୟାନ୍ୟ ବରିଷ୍ଠ ପୁଲିସ ଅଧିକାରୀ ଚତୁର୍ଥ ବାଟାଲିୟନ କ୍ୟାମ୍ପ ପହଞ୍ଚି ତଦନ୍ତ କରୁଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ଶବ ସେଠାରେ ପଡି ରହିଥିଲା। ମୃତ ସୁନୀଲ କୁମାରଙ୍କ ଘର ବିହାରରେ ବୋଲି ସୂଚନା ମିଳିଛି। ଜିଲ୍ଳାର ମୁଖ୍ୟ ଚିକିସ୍ତାଳୟ କୁ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ସେଠାର ପ୍ରଥମେ ଏକ୍ସ ରେ କରିଥଲେ କେତୋଟି ଗୁଳି କୋଉଠି ବାଜିଛି ପରୀକ୍ଷା ନିରୀକ୍ଷା କରି ଥିଲେ । ଏକ୍ସ ରେ କରିବା ପରେ ପୋଷ୍ଟ ମାର୍ଟମ ରୁମକୁ ନେଇ ଶବ ବ୍ୟବଚ୍ଛେଦ କରିଥିଲେ । ତାଙ୍କ ନିଜସ୍ୱ ଗ୍ରାମକୁ ତାଙ୍କ ପାର୍ଥିବ ଶରୀରକୁ ସ୍ଥାନାନ୍ତରିତ କରାଯାଇ ସେଠାରେ ତାଙ୍କ ପରିଜନ ମାନଙ୍କୁ ପାର୍ଥିବ ଶରୀରକୁ ହସ୍ତାନ୍ତର କରିବା ପରେ ଶବ ସତ୍କାର ହେବ ବୋଲି ସୂଚନା ମିଳିଛି।

ad-week
Leave A Reply

Your email address will not be published.