୪୪ କିଲୋ ଗଞ୍ଜେଇ ସହ ୪ ଗିରଫ : ୨ ଗାଡ଼ି ଜବତ

add-all

ଦାରିଙ୍ଗବାଡି (୨୫/୪) : କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳରୁ ଭୁବନେଶ୍ଵର ଅଞ୍ଚଳକୁ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ଧରିଲା ଦାରିଙ୍ଗବାଡି ପୋଲିସ । ୪୪ କିଲୋ ୭୦୦ ଗ୍ରାମ ଗଞ୍ଜେଇ ଜବତ କରିବା ସହ ୨ ଟି କାର ଓ ଚାଲାଣରେ ସଂପୃକ୍ତ ଥିବା ୪ ଜଣକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଦାରିଙ୍ଗବାଡି ଥାନା ଅଧିକାରୀ କୌଶିକ ମାଝୀ ସୂଚନା ଦେଇଛନ୍ତି । ଗିରଫ ୪ ଜଣ ହେଲେ ଫତେଗଡ ଥାନା ଅଂଚଳର ସଜନ ସାହୁ, ଖୋର୍ଦ୍ଧା ଜିଲ୍ଲା ମାଣିକଗଡ ଗ୍ରାମର ମନଭଞ୍ଜନ ଭଟ, ଭଞ୍ଜନଗର ଅଞ୍ଚଳର କୃଷ୍ଣ ଚନ୍ଦ୍ର ନାୟକ ଓ ପୁରୁଷତମପୂର ଅଞ୍ଚଳର କାହ୍ନୁ ମହାରଣା । ପୋଲିସର ସୂଚନା ପ୍ରକାରେ ସୋମବାର ଦିନ ସନ୍ଧ୍ୟା ସମୟରେ ୨ଟି କାରରେ ବାଲିଗୁଡା ଅଞ୍ଚଳରୁ ଭୁବନେଶ୍ଵର ଅଞ୍ଚଳକୁ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ନେଇ ଦାରିଙ୍ଗବାଡି ପୋଲିସ କୌଣସି ସୂତ୍ରରୁ ଖବର ପାଇ ଦାରିଙ୍ଗବାଡି ସ୍ଥିତ ଆମ୍ବ ଖାଲିଆ ଘାଟିରେ ଥାନା ଅଧିକାରୀ କୌଶିକ ମାଝୀ ଙ୍କ ନେତୃତ୍ୱ ଏସଆଇ ଲକ୍ଷ୍ମୀ ମାଝୀ, ଏଏସଆଇ ସୁବାସ ଚନ୍ଦ୍ର ବାଏକ, ପି. ଶ୍ରୀନିବାସ ରାଓ ସମେତ ପୋଲିସ ଫୋର୍ସ ଚଢ଼ାଉ କରିଥିଲେ । ଚଢ଼ାଉରେ ଗଞ୍ଜେଇ ସହ କାର ଜବତ ହୋଇଥିବା ବେଳେ ୪ ଗିରଫ ହୋଇଥିଲେ ।

ad-week
Leave A Reply

Your email address will not be published.