
ଫୁଲବାଣୀ : ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲ୍ଲାର ବିଭିନ୍ନ ସମସ୍ୟା ଓ ଏହାର ସମାଧାନ ନେଇ ସ୍ଥାନୀୟ ବନାନୀ କଳା ସଙ୍ଗମ ସମ୍ମିଳନୀ କକ୍ଷ ଠାରେ ଅବସର ପ୍ରାପ୍ତ କର୍ନେଲ ତଥା ବିଜେପି ନେତା ଶିଶିର କୁମାର ଘୋଷଙ୍କ ସହ ସ୍ଥାନୀୟ ବୁଦ୍ଧିଜୀବୀ, ଆଇନଜୀବୀ, ସାମ୍ବାଦିକ, ବରିଷ୍ଠ ନାଗରିକ, ଅବସରପ୍ରାପ୍ତ କର୍ମଚାରୀ ମାନେ ଯୋଗଦେଇ ବିଭିନ୍ନ ଦୃଷ୍ଟିକୋଣରୁ ଆଲୋଚନା କରିଥିଲେ l ଆଇନଜୀବୀ ତଥା ପୂର୍ବତନ ଅଣ ଗେଜେଟେଡ କର୍ମଚାରୀ ନେତା ବ୍ରଜ କିଶୋର ପଟନାୟକଙ୍କ ସଭାପତତ୍ୱ ରେ ଅନୁଷ୍ଠିତ ସଭାରେ ବରିଷ୍ଠ ସାମ୍ବାଦିକ ସୁନୀଲ ପଟ୍ଟନାୟକ, ବରିଷ୍ଠ ନାଗରିକ ହେମନ୍ତ ମହାନ୍ତି, ଦିଗାମ୍ବର ମହାପାତ୍ର, ରାଜ କିଶୋର ଅଗ୍ରୱାଲ, ବିଜୁ ଅଗ୍ରୱାଲ, ଦେବ ନାରାୟଣ ପଣ୍ଡା , ପୁର୍ନେନ୍ଦୁ ତ୍ରିପାଠୀ, ଅଶୋକ ମେକାପ, ବିକାଶ ମହାନ୍ତି, ପ୍ରଶାନ୍ତ ବେହେରା, ମିହିର ପାଢ଼ୀ ପ୍ରମୁଖଙ୍କ ସମେତ ଅନ୍ୟମାନେ ଯୋଗ ଦେଇ ରାଜନୈତିକ ନେତାମାନଙ୍କଦୃଢ଼ ଇଛାଶକ୍ତି,ନିଷ୍ଠା,ଆନ୍ତରିକତା ଓ ମନୋବଳର ଅଭାବ ଯୋଗୁଁ କନ୍ଧମାଳର ଆଖି ଦୃଶିଆ ବିକାଶ ହୋଇ ନଥିବା କହିବା ସହ ସାଂସଦ ମାନେ ଲୋକସଭା ସଂସଦୀୟ ମଣ୍ଡଳୀ ବାହାର ହୋଇଥିବାରୁ ଜିଲ୍ଲା ର ବିକାଶ ଦିଗରେ ଉଦ୍ୟମ ନକରିବା, ସାଙ୍ଗକୁ ଅଂଚଳ ର ଲୋକଙ୍କୁ ନଭେଟିବା ଫଳରେ ଲୋକେ ସମସ୍ୟା ଜଣାଇପାରୁନାହାନ୍ତି ଯାହା ଅତ୍ୟନ୍ତ କ୍ଷୋଭର ବିଷୟ ବୋଲି କହିଥିଲେ l
ଏଣୁ ଆଗାମୀ ନିର୍ବାଚନ ରେ ସବୁରାଜନୈତିକ ଦଳ ସ୍ଥାନୀୟ ନେତାଙ୍କୁ ଟିକଟ ନ ଦେଲେ ଏହାର ବିରୋଧ କରାଯିବ ବୋଲି ସମସ୍ତେ ମତବ୍ୟକ୍ତ କରିଥିଲେ l
ସେହିପରି ଅବସରପ୍ରାପ୍ତ କର୍ନେଲ ତଥା ବିଜେପି ନେତା ଶିଶିର କୁମାର ଘୋଷ କହିଥିଲେ ଯେ, ସେ ଚାରିଛକ ନିକଟ କରଂଜକଟା ଗ୍ରାମରୁ ଆସି , ୧ ୯ ୭ ୯ ରୁ୧ ୯ ୮ ୩ ଯାଏ ଫୁଲବାଣୀ ମହାବିଦ୍ୟାଳୟରେ ପାଠ ପଢୁଥିଲେ l ଆଉ ସେତେ ବେଳର ସ୍ମୃତି କୁମନେ ପକାଇଥିଲେ l ଦିର୍ଘ ଚାଳିଶ ବର୍ଷ ପରେ ବି ଜିଲାର ଏତେଵିକାଶ ହୋଇନଥିବା ଅନୁଭବ କରୁଥିବା କହିଥିଲେ l ଲଗାତାର ଭାବେ ଜୀଲାବାହାର ନେତା ମାନେ ଏଠାରେ ସାଂସଦ ହେଉଥିବାରୁ
ଜିଲାରେ ଏଭଳି ଅବସ୍ଥା ହୋଇଥିବାକହିବା ସହ ଜିଲାର ଲୋକଙ୍କୁ ହିଁ ସବୁ ରାଜନୈତିକ ଦଳ ଟିକେଟ ଟିକେଟ ଦେବା ଉଚିତ ନଚେତ ସମସ୍ତେ ଏକଜୁଟ ହୋଇ ଏହାର ବିରୋଧ କରିବା ପାଇଁ ଘୋଷ ଆହ୍ୱାନ ଦେଇଥିଲେ lଅବସର ନେବାପରେ ବିଜେପି ଦଳ ରେ ସାମିଲ ହେବାସହ ଅଞ୍ଚଳର ଲୋକମାନଙ୍କ ସେବା କରିବାକୁ ମନବଳାଇଥିବା କହିଥିଲେ l ସେ ବିଜେପି ଟିକେଟ ଲବିରେ ଅଛନ୍ତି ଆଉଟିକେଟ ମିଳିଲେ ସେ ଲୋକସଭା ପ୍ରାର୍ଥୀ ରୂପେ ପ୍ରତିଦ୍ବନ୍ଦିତା କରିବା ପାଇଁ ଆଗ୍ରହୀ ଥିବା କଥା ବକ୍ତବ୍ୟ ମାଧ୍ୟମରେ ନିଜମତ ରଖିଥିଲେ l ଏହାକୁ ଉପସ୍ଥିତ ସମସ୍ତ ବୁଦ୍ଧିଜୀବୀ, ଅବସର ପ୍ରାପ୍ତ ସେନା କର୍ମଚାରୀ, ବରିଷ୍ଠନାଗରିକ ମାନେ ସମର୍ଥନ କରିବା ସହ ସହଯୋଗ କରିବେ ବୋଲି ଏକ ସ୍ୱରରେ କହିଥିଲେ l ଆଗାମୀ ଦିନରେ ସମସ୍ତ ବ୍ଲକ ଓ ପଂଚାୟତ ସ୍ତରରେ ବିଭିନ୍ନ ଶ୍ରେଣୀର ଲୋକ, ବୁଦ୍ଧିଜୀବୀ,ସଂଗଠକ, ସମାଜସେବୀ, ବରିଷ୍ଠ ନାଗରିକ, ମାନଙ୍କୁ ନେଇ ବୈଠକ କରାଯାଇ ଆଲୋଚନାକରାଯିବାଲାଗି ନିଷ୍ପତି ହୋଇଛି l
ଅନ୍ୟମାନଙ୍କ ମଧ୍ୟରେ ଲଖ୍ଣଣ ଝାଙ୍କର, ବଳରାମ ବିଶୋଇ, ହଳ ପାଣି ସେଠି, ସୁବାସ କହଁର, ବି କେ ପ୍ରଧାନ, ମୋହନ ପ୍ରଧାନ, ପ୍ରଣବ ନାୟକ, ଓକିଲ ସଙ୍ଘ ସଭାପତି ଭଗବାନ ମହାନ୍ତି, ସଚି ପାଢ଼ୀ, ତୁଷାର ବେହେରା, ଅବସରପ୍ରାପ୍ତ ରେଞ୍ଜର, ସୁଦର୍ଶନ ବେହେରା, ସନ୍ତୋଷ ସାହୁ, ପ୍ରଦୀପପଣ୍ଡା, ଳକ୍ଷ୍ମୀ ଧର ବଗର୍ତି ପ୍ରମୁଖଙ୍କ ସମେତ ଅନ୍ୟମାନେ ଉପସ୍ଥିତଥିଲେ l