ରୁଜାଙ୍ଗି ଉଚ୍ଚ ବିଦ୍ୟାଳୟର ବାର୍ଷିକୋତ୍ସବ ଅନୁଷ୍ଠିତ

add-all

ଫୁଲବାଣୀ : ସଦର ବ୍ଲକ୍‌ ଅନ୍ତର୍ଗତ ରୁଜାଙ୍ଗି ଉନ୍ନୀତ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦ୍‌ଘାଟନ କରିଛନ୍ତି। ପ୍ରଧାନ ଶିକ୍ଷୟତ୍ରୀ ଅର୍ଚ୍ଚନା ବସାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସଂମ୍ମାନୀତ ଅତିଥି ଭାବେ ଖଜୁରୀପଡା ବ୍ଲକ୍ ଅଧ୍ୟକ୍ଷା ଅନୀମା କହଁର, ଫୁଲବାଣୀ ବିଡ଼ିଓ ପ୍ରବୀଣ କୁମାର ବାଣୁଆ ପ୍ରମୁଖ ଯୋଗ ଦେଇଥିବା ବେଳେ ମିଳିତ ନାଗରିକ ମଞ୍ଚର ସଭାପତି ତଥା ବରିଷ୍ଠ ସାମ୍ବାଦିକ ଡ଼ଃ ଅରୂପ କୁମାର ଜେନା ମୂଖ୍ୟ ବକ୍ତା ଭାବେ ଯୋଗ ଦେଇ ପ୍ରତ୍ୟେକ ଛାତ୍ର ଛାତ୍ରୀଙ୍କ ଭବିଷ୍ୟତ ଗଠନ ର ମୂଳ ପାହାଚ ହେଉଛି ବିଦ୍ୟାଳୟ ,ଏହି ମୂଳ ପାହାଚ ଯଦି ଶିକ୍ଷା କ୍ଷେତ୍ରରେ ମଜଭୁତ ହୋଇଯାଏ ତେବେ ସେମାନଙ୍କର ଭବିଷ୍ୟତର ଚଲାପଥ ସରସ ଓ ସୁନ୍ଦର ହୋଇଥାଏ l ଏଣୁ ସମସ୍ତ ଛାତ୍ର ଛାତ୍ରୀ ପାଠ୍ୟ ଶିକ୍ଷା ସହିତ ବିଭିନ୍ନ ଖେଳରେ ମଧ୍ୟ ରୁଚି ରଖିବା ଉଚିତ ବୋଲି ବକ୍ତବ୍ୟ ରଖିଥିଲେ l ପରେ ପରେ ମଞ୍ଚାସିନ ଅତିଥିଙ୍କ ଜରିଆରେ ବିଭିନ୍ନ ପ୍ରତିଯୋଗିତାରେ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବିତରଣ କରଯାଇଥିଲା l ଏଥି ସହିତ ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ପରିବେଷଣ କରାଯାଇଥିଲା l

ad-week
Leave A Reply

Your email address will not be published.