ନ୍ୟୁଡ ଭିଡିଓ କଲ୍‌ କରି ବରିଷ୍ଠ ନାଗରିକଙ୍କୁ ବ୍ଲାକମେଲ ଅଭିଯୋଗ, ରାଜସ୍ଥାନରୁ ୨ ସାଇବର ଅପରାଧୀ ଗିରଫ

add-all

ନ୍ୟୁଡ୍‌ ଭିଡିଓ କଲ୍‌ କରି ବ୍ଲାକମେଲ କରୁଥିବା ଅଭିଯୋଗରେ ରାଜସ୍ଥାନରୁ ଦୁଇ ଜଣ ସାଇବର ଅପରାଧିଙ୍କୁ ଗିରଫ କଲା କଟକ ସାଇବର ଥାନା ପୋଲିସ। କଟକର ଜଣେ ବରିଷ୍ଠ ନାଗରିକଙ୍କୁ ନ୍ୟୁଡ୍‌ ଭିଡିଓ କଲ୍‌ କରି ପାଖାପାଖି ସାଢେ ୮ଲକ୍ଷ ଟଙ୍କା ନେଇ ଯାଇଥିଲେ ଏହି ସାଇବର ଲୁଟେରା । ରାଜସ୍ଥାନର ଭରତପୁର ଜିଲ୍ଲାରୁ ସେମାନଙ୍କୁ ଗିରଫ କରିଛି କଟକ ସାଇବର ଥାନା ପୋଲିସ ପୋଲିସ। ଭରତପୁରର ସାଇବର ଲୁଟେରା ଗ୍ୟାଙ୍ଗ୍‌ ଅପରେଟ କରୁଥିଲା।

ଗିରଫ ହୋଇଥିବା ଅଭିଯୁକ୍ତ ହେଲେ ଏମ୍‌ଡି ଆଝାରୁଦ୍ଦିନ ଅନ୍‌ସାରୀ ଓ ସାକିର ଖାନ୍‌। ବର୍ତ୍ତମାନ ସେମାନଙ୍କୁ ଦୁଇ ଦିନିଆ ରିମାଣ୍ଡରେ ନେଇ ଅଧିକ ପଚରାଉଚରା କରୁଛି ସାଇବର ଥାନା ପୋଲିସ। ସେମାନଙ୍କ ଠାରୁ ନଗଦ ୧ ଲକ୍ଷ ଟଙ୍କା, ୧୬ଟି ମୋବାଇଲ ଫୋନ୍‌, ୨୦ଟି ସିମ୍‌ କାର୍ଡ ଜବତ କରାଯାଇଛି। ସାମ୍ବାଦିକ ସମ୍ମିଳନୀରେ କଟକ ଡିସିପି ପିନାକ ମିଶ୍ରଙ୍କ ସୂଚନା ।

ad-week
Leave A Reply

Your email address will not be published.