କାନ୍ଧରେ ବୁହା ହୋଇ ମେଡିକାଲ ଗଲେ ରୋଗୀ

Independence

ଉମରକୋଟ(୨୬/୦୪) : ନବରଙ୍ଗପୁର ଜ଼ିଲ୍ଲା ଝରିଗାଁ ବ୍ଲକ ଠାରୁ ମାତ୍ର ୧୩ କିଲୋମିଟର ଦୂରରେ ଅବସ୍ଥିତ କରଞ୍ଜିପାଣି ଗ୍ରାମରେ ରାସ୍ତା ନଥାଇ ଏକ ଅଭାବୀନୀୟ ଘଟଣା ଚାରିକାନ୍ଧରେ ବୁହାହେଲେ ରୋଗୀ | ଚୈତନ ମୁଦୁଲି (୫୦) ଙ୍କୁ କାଠରେ ଷ୍ଟ୍ରେଚର ଭଳି ବାନ୍ଧି ଚାରିକାନ୍ଧ ଦେଇ ବୋହି ବୋହି ତିନିକିଲୋମିଟର ଆଣିଲେ ଗ୍ରାମବାସୀ l ଭାରତ ସ୍ୱାଧୀନ ହେବାର ୭୬ ବର୍ଷର ସ୍ବର୍ଣ୍ଣ ଜୟନ୍ତୀ ପାଳନ କରିବା ଜାଗାରେ ଏହି ଭଳି ଅନେକ ଦୁର୍ଗମ ଅଞ୍ଚଳ ଅଛି ସେ ଜାଗାରେ ସ୍ୱାସ୍ଥ୍ୟ ସେବା ଦୂରରେ ଥାଉ ଯିବା ଆସିବା ଗମନା ଗମନର ଭଲ ରାସ୍ତାଟିଏ ନାହିଁ, ଅତିରୁ ଅତି ଦୟନୀୟ ଭାବରେ ଏହି ଅଞ୍ଚଳରେ ବସବାସ କରୁଥିବା ବାସିନ୍ଦା ମାନେ ଜୀବନ ନିର୍ବାହ କରୁଛି, ଏମାନଙ୍କୁ ପ୍ରତି ଦୃଷ୍ଟି ଦେବା ପାଇଁ ନା ଅଛି ଜଣ ପ୍ରତିନିଧି ନା ଅଛି ପ୍ରଶାସନ l
ସୂଚନା ପ୍ରକାରେ କରଞ୍ଜିପାଣି ଗ୍ରାମର ଚୈତନ ମୁଦୁଲି(୫୦) ର ଦେହ ଅସୁସ୍ଥ ହେବାରୁ ସେ ଏକ କ୍ବାକ ଡାକ୍ତରଙ୍କୁ ଠାରୁ କିଛି ଔଷଧ ମାଗି ଖାଇଥିଲେ | ଔଷଦ ଖାଇବାର କିଛି ଘଂଟା ପରେ ଚୈତନ ସୁସ୍ଥ ଅନୁଭବ କରିଥିଲେ କିନ୍ତୁ ଗତ କାଲି ବିଳମ୍ବିତ ରାତିରେ ହଟାତ ଜ୍ଵର ହେବା ସହ ସ୍ୱାସ୍ଥ୍ୟବସ୍ଥା ଖରାପ ହେବାରେ ଲାଗିଲା । ତେବେ କରଞ୍ଜିପାଣି ଗ୍ରାମରେ କୌଣସି ନେଟୱର୍କ ନଥିବା ଯୋଗୁଁ ପରିବାର ଲୋକ ଗ୍ରାମ ଠାରୁ କିଛି ଦୂରରେ ଥିବା ଏକ ପାହାଡ଼ ନିକଟରେ ନିର୍ଦ୍ଦିଷ୍ଟ ସ୍ଥାନକୁ ଯାଇ ନିଜ ସମ୍ପର୍କୀୟ ମାନଙ୍କୁ ଫୋନ ଯୋଗେ ସମ୍ପର୍କ କରି ଚୈତନର ଦେହ ଖରାପର ସୂଚନା ଦେଇଥିଲେ । ଏହି ଫୋନ କଲ ପରେ ନିଜ ସମ୍ପର୍କୀୟ ଲୋକ ଆସି ରୋଗୀର ସ୍ୱାସ୍ଥ୍ୟ ଅବସ୍ଥା ଖରାପ ଦେଖି ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିବା ପାଇଁ ଏକ ବୋଲେର ଗାଡ଼ିକୁ ଖବର ଦେଇଥିଲେ । ତେବେ ବୋଲେର ଗାଡ଼ିଟି କରଞ୍ଜିପାଣି ଗ୍ରାମ ଅଭିମୁଖେ ବାହାରି ହାତିବାଡି ଗ୍ରାମ ଠାରୁ ପ୍ରାୟ ଦୁଇ କିଲୋମିଟର ରାସ୍ତା ଯିବା ପରେ ରାସ୍ତା ନଥିବା ଯୋଗୁଁ ଆଗକୁ ଯାଇପାରିଲେ ନାହିଁ । ଶେଷରେ ପରିବାର ଲୋକ ଏହି ଖବର ପାଇବା ପରେ କୌଣସି ଉପାୟ ନପାଇ ଦୁଇଟି କାଠ ବଲାରେ ଛୋଟ ଛୋଟ କାଠ ପକାଇ ରୋଗୀକୁ ତିନିଟି ଛୋଟ ବଡ଼ ନାଳ ପାର କରି ବୋଲେର ଗାଡି ପର୍ଯ୍ୟନ୍ତ ପ୍ରାୟ ତିନି କିଲୋମିଟର ଦୂର ବହି ଆଣିଥିଲେ।ପରେ ବୋଲେର ଗାଡ଼ିରେ ରୋଗୀକୁ ଗୁରୁତର ଅବସ୍ଥାରେ ଝରିଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ।ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା କରିବା ପରେ ରୋଗୀର ସ୍ବାସ୍ଥ୍ୟବସ୍ଥା ଗୁରୁତର ସଙ୍କଟପୂର୍ଣ୍ଣ ଥିବାରୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିବା ସୂଚନା ମିଳିଛି।

ad-week
Leave A Reply

Your email address will not be published.