ଭିଜିଲାନ୍ସ ଜାଲରେ କନିଷ୍ଠ କିରାଣୀ, ଶିକ୍ଷକଙ୍କଠାରୁ ନେଉଥିଲେ ଲାଞ୍ଚ

youtube

ପଟାମୁଣ୍ଡାଇ : ଭିଜିଲାନ୍ସ ଜାଲରେ ପଟ୍ଟାମୁଣ୍ଡାଇ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ କନିଷ୍ଠ କିରାଣୀ ମାନସ ରଞ୍ଜନ ଧଳ। ଜଣେ ଶିକ୍ଷକଙ୍କର ବକେୟା(ଏରିଅର୍) ଦରମା ପ୍ରଦାନ ଲାଗି ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ, ସେ ଭିଜିଲାନ୍ସ ହାତରେ ଧରାପଡ଼ିଥିବା ଜଣାଯାଇଛି।

ସୂଚନା ଅନୁସାରେ ପଟାମୁଣ୍ଡାଇ ଅଞ୍ଚଳର ଶିକ୍ଷକ ପ୍ରଫୁଲ କୁମାର ପରିଡାଙ୍କ ଠାରୁ ଏରିଅର୍ ସଂକ୍ରାନ୍ତୀୟ କାଗଜ ପତ୍ର କରାଇଦେବା ପାଇଁ ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ।ହେଲେ ଏନେଇ ପ୍ରଫୁଲ କୁମାର କେନ୍ଦ୍ରାପଡା ଭିଜିଲାନ୍ସ ବିଭାଗର ଦ୍ୱାରସ୍ଥ ହୋଇଥିଲେ। ଆଜି କନିଷ୍ଠ କିରାଣୀ ମାନସ ରଞ୍ଜନ ଧଳ ୧୦ ହଜାର ଟଙ୍କା ପ୍ରଫୁଲ କୁମାର ପରିଡାଙ୍କ ଠାରୁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ ତାଙ୍କୁ ଧରିଥିଲା। କିରାଣୀ ମାନସଙ୍କ ଠାରୁ ରେଡ ହ୍ୟାଣ୍ଡରେ ୧୦ ହଜାରେ ଟଙ୍କା ଜବତ କରିବା ସହିତ ମାନସଙ୍କୁ ଗିରଫ କରି ଅଧିକ ତଦନ୍ତ ଜାରି ରଖିଛି। ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ଭିଜିଲାନ୍ସ ଅଧିକ କାଗଜ ପତ୍ର ଖୋଳତାଡ଼ କରିବା ସହିତ ପୁରୁଣା ରେକର୍ଡ ଯାଞ୍ଚ କରୁଛି।

Leave A Reply

Your email address will not be published.