ନବଗଠିତ ପ୍ରଦେଶ କଂଗ୍ରେସ କମିଟିକୁ ନେଇ ଅସନ୍ତୋଷ

add-all

ଭୁବନେଶ୍ବର: ତାରା ପ୍ରସାଦ ବାହିନୀପତିଙ୍କ ପରେ ଆଉ ଜଣେ ବରିଷ୍ଠ ବିଧାୟକ ନବଗଠିତ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ନବଗଠିତ ପିସିସିକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଜଟଣୀ ବିଧାୟକ ସୁର ରାଉତରାୟ। ସେ କହିଛନ୍ତି, କମିଟିରେ ବହୁ ଅନୁପଯୁକ୍ତ ଅଛନ୍ତି, ଯାହାକୁ ନେଇ ମୁଁ ଅସନ୍ତୁଷ୍ଟ। ମୋ ଅସନ୍ତୋଷ ବିଷୟରେ ମୁଁ ସଭାପତିଙ୍କ ଦୃଷ୍ଟି ଆକର୍ଷଣ କରିଛି। କମିଟିରେ ବାଦ୍ ପଡ଼ିଥିବା କିଛି ନାଁକୁ ସାମିଲ୍ କରିବାକୁ କହି ସଭାପତିଙ୍କୁ ପରାମର୍ଶ ଦେଇଛି। ଯେଉଁମାନଙ୍କର ଏନେଇ ଯାହା କିଛି କହିବାର ଅଛି, ସେମାନେ ପିସିସି ସଭାପତିଙ୍କୁ ଜଣାନ୍ତୁ। ନିର୍ବାଚନ ବର୍ଷରେ ଦଳରେ ରହି ଦଳର କ୍ଷତି କେହି କରନ୍ତୁ ନାହିଁ।

ସୂଚନାଯୋଗ୍ୟ, ନବଗଠିତ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିରେ ବରିଷ୍ଠ ୫ଜଣ ବରିଷ୍ଠ ଉପ-ସଭାପତି ରହିଛନ୍ତି। ଏଥିରେ ଗଣେଶ୍ବର ବେହେରା,ତାରାପ୍ରସାଦ ବାହିନୀପତି, ଦେବାଶିଷ ପଟ୍ଟନାୟକ, ଶିବାନନ୍ଦ ରାୟ ଓ ସରସ୍ବତୀ ହେମ୍ବ୍ରମ୍ ସ୍ଥାନ ପାଇଛନ୍ତି। ସେହିପରି ୧୨ଜଣ ଉପ-ସଭାପତି ତାଲିକାରେ ରହିଛନ୍ତି ମମତା ମାଢ଼ୀ, ଅଧିରାଜ ମୋହନ ପାଣିଗ୍ରାହୀ, ରାଜେନ୍ଦ୍ର ଛତ୍ରିଆ, ବିଭୁତି ମିଶ୍ର, ସି.ଏସ୍ ରାଜନ ଏକ୍କା, ଜାନକୀ ବଲ୍ଲଭ ପଟ୍ଟନାୟକ, କିଶୋର ଜେନା, ପ୍ରତିମା ମଲ୍ଲିକ, ଶୁଭେନ୍ଦୁ ମହାନ୍ତି, ବିଶ୍ବଭୂଷଣ ଦାସ, ରଜତ ଚୌଧୁରୀ ଓ ନକୁଳ ନାଏକ ଅଛନ୍ତି। ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କୁ କୋଷାଧ୍ୟକ୍ଷ ଭାବେ ଘୋଷଣା କରାଯାଇଛି। ସେହିପରି ୩୯ଜଣ ସାଧାରଣ ସଂପାଦକ, ୬୧ଜଣ ସଂପାଦକଙ୍କ ନାଁ ଘୋଷଣା ହୋଇଛି।
ଅପରପକ୍ଷରେ ଏକ୍ଜିକ୍ୟୁଟିଭ୍ କମିଟିରେ ସମୁଦାୟ ୬୭ଜଣ ସ୍ଥାନ ପାଇଛି। ପିସିସି ସଭାପତିଙ୍କ ସମେତ, ପୂର୍ବତନ ପିସିସି ସଭାପତି, ସଂଖ୍ୟାଲଘୁ, ମହିଳା, ଯୁବ ଓ ଛାତ୍ର ସଭାପତିଙ୍କୁ ସ୍ଥାନ ଦିଆଯାଇଛି। ପ୍ରଦେଶ କଂଗ୍ରେସ ମିଡିଆ ସେଲ୍ର ଅଧ୍ୟକ୍ଷଭାବେ ନିଜ ପଦବି ବଜାୟ ରଖିଛନ୍ତି ଗଣେଶ୍ବର ବେହେରା। ଦୀପକ ମହାପାତ୍ର ସଂଯୋଜକ ଥିବା ବେଳେ ଏହି ତାଲିକାରେ ସମୁଦାୟ ୨୭ଜଣ ରହିଛନ୍ତି।

ad-week
Leave A Reply

Your email address will not be published.