ଆସନ୍ତାକାଲି ପୁରୀ-ହାୱଡ଼ା ‘ବନ୍ଦେ ଭାରତ ଏକ୍ସପ୍ରେସ’ର ଟ୍ରାଏଲ ରନ୍

add-all

ଆସନ୍ତାକାଲି ପୁରୀ-ହାୱଡା ବନ୍ଦେ ଭାରତ ଏକ୍ସପ୍ରେସ୍‌ ଟ୍ରାଏଲ ରନ୍ କରିବ। ସକାଳ ୬ଟା ୧୦ ମିନିଟ୍‌ରେ ହାୱଡ଼ାରୁ ଯାତ୍ରା ଆରମ୍ଭ କରିବ ବନ୍ଦେ ଭାରତ ଏକ୍ସପ୍ରେସ୍‌। ହାୱଡ଼ା ପରେ ଖଡ଼ଗପୁର, ଭଦ୍ରକ, ଯାଜପୁର, କଟକରେ ୨ ମିନିଟ ଲେଖାଏଁ ରହିବ। ତା’ପରେ କଟକ, ଭୁବନେଶ୍ୱର, ଖୋର୍ଦ୍ଧାରେ ୨ ମିନିଟ ଲେଖାଏଁ ରହି ପୁରୀରେ ମଧ୍ୟାହ୍ନ ୧୨ଟା ୩୫ ମିନିଟ୍‌ରେ ପହଞ୍ଚିବ। ପୁଣି ଅପରାହ୍ନ ୧ ଟା ୫୦ ମିନିଟ୍‌ରେ ପୁରୀରୁ ହାୱାଡା ଅଭିମୁଖେ ଯାତ୍ରା କରିବ ବୋଲି ଜଣାପଡ଼ିଛି।

ବୁଧବାର ଦିନ ଚେନ୍ନାଇ ସ୍ଥିତ ଇଣ୍ଟେଗ୍ରାଲ କୋଚ୍ ଫ୍ୟାକ୍ଟ୍ରିରୁ ବନ୍ଦେ ଭାରତ ଏକ୍ସପ୍ରେସର ବଗି ଗୁଡ଼ିକ କୋଲକାତା ଯାଇଥିଲା। ସେଠାରେ ପ୍ରାଇମେରୀ ମେଣ୍ଟେନାନ୍ସ ପରେ ଆସନ୍ତା କାଲି ଟ୍ରାଏଲ୍‌ ରନ୍‌ ହେବ। ତା’ପରେ ହାୱାଡ଼ା ଓ ପୁରୀ ମଧ୍ୟରେ ଦୌଡ଼ିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଧିବଦ୍ଧ ଭାବେ ଏହାର ଶୁଭାରମ୍ଭ କରିବେ ବୋଲି ଜଣାପଡ଼ିଛି।

ବନ୍ଦେ ଭାରତ ଏକ୍ସପ୍ରେସରେ ଯାତ୍ରୀମାନଙ୍କ ପାଇଁ ସମସ୍ତ ପ୍ରକାର ଅତ୍ୟାଧୁନିକ ସୁବିଧା ରହିଛି। ଯହାଦ୍ୱାରା ଯାତ୍ରା ଆରାମଦାୟକ ହେବା ସହ କମ୍‌ ସମୟ ମଧ୍ୟରେ ଯାତ୍ରୀମାନେ ଗନ୍ତବ୍ୟ ସ୍ଥଳରେ ପହଞ୍ଚିପାରିବେ। ବର୍ତ୍ତମାନ ସୁଦ୍ଧାରେ ଦେଶରେ ୯ଟି ରୁଟରେ ବନ୍ଦେ ଭାରତ ଏକ୍ସପ୍ରେସ ଚଳାଚଳ କରୁଛି।

ad-week
Leave A Reply

Your email address will not be published.