ପାନୀୟ ଜଳ ସଙ୍କଟକୁ ନେଇ ସରକାରଙ୍କ ୨୪ ଘଣ୍ଟିଆ ପାଣି ଯୋଗାଣ ପ୍ରହସନ

add-all

ହିଞ୍ଜିଳିକାଟୁ ୨୭।୪ : ହିଞ୍ଜିଳିକାଟୁ ପାଟଣା ସାହି ରେ ଖରାଦିନେ ଉତ୍କଟ ହେଉଛି ପିଇବା ପାଣି ସମସ୍ୟା । ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇଦେବାକୁ ସରକାର ବିଭିନ୍ନ ଯୋଜନା କରୁଥିବା ବେଳେ ଏହାର ବାସ୍ତବତା ସମ୍ପୁର୍ଣ୍ଣ ଅଲଗା ଦେଖିବାକୁ ମିଳିଛି । ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚରେ ପାଟଣା ସାହି ପଛ ଭାଗ ଵରାହୀ ପାହାଡ ଉପରେ ପାଣି ଟାଙ୍କି ବସିଛି କିନ୍ତୁ ଲୋକଙ୍କ କାମରେ ଆସୁନି । ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ପାଟଣା ସାହି, ରେଗିଡି ସାହି ବସଷ୍ଟାଣ୍ଡ ଅଞ୍ଚଳରେ ପ୍ରାୟ ୧୫ଶହ ଲୋକ ବସବାସ କରୁଥିବା ବେଳେ ପାଣି ଟୋପେ ପାଇଁ ଲୋକେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।

ନଳକୂପରୁ ମଧ୍ୟ ପାଣି ବାହାରୁ ନାହିଁ ଯାହା ଵାହାରୁଛି ପିଈବା ପାଇଁ ଅନୁପଯୁକ୍ତ । ଜନସ୍ବାସ୍ଥ୍ୟ ବିଭାଗ ତରଫରୁ ପାନୀୟ ଜଳ ଯୋଗାଣ ହେଉଛି କିନ୍ତୁ ପାଇପ ଯୋଗେ ପାଣି ଆସୁନି । ଵଜାର ମଧ୍ୟରେ ଥିବା ବ୍ୟବସାୟୀ ଙ୍କ ସମେତ ବହୁ ପରିବାର ପାଣି ପାଇଁ ହଈରାଣ ହରକତ ହେଉଛନ୍ତି। ଏହି ସାହି ଗୁଡିକରେ ଦୀର୍ଘ ଦିନ ହେଲା ପାଣି ସମସ୍ୟା ଲାଗି ରହିଛି । କିନ୍ତୁ କୌଣସି ପ୍ରଶାସନିକ ଅଧିକାରୀଙ୍କ ଦୃଷ୍ଟି ନପଡ଼ିବା ସମସ୍ତଙ୍କୁ ଅଶ୍ଚର୍ଯ୍ୟ କରିଛି ।ପ୍ରକାଶ ଥାଉକି ଗତ ଡିସେମ୍ବର ମାସରେ ମୁଖ୍ୟମନ୍ତ୍ରୀ ଡ୍ରିଙ୍କ ଫ୍ରମ ଟ୍ୟାପ କାର୍ଯ୍ୟକ୍ରମ ର ଆରମ୍ଭ ଘୋଷଣା କରିଥିଲେ। ପରିତାପର ବିଷୟ ଘର ପଛ ପଟେ ଟାଙ୍କି ବସିଛି କିନ୍ତୁ ଲୋକଙ୍କ କାମରେ ଆସୁନି।ରାଜ୍ୟ ସରକାର ସହରାଞ୍ଚଳରେ ପାଇପ ଯୋଗେ ପ୍ରତ୍ୟେକ ଘରକୁ ୨୪ ଘଣ୍ଟା ବିଶୁଦ୍ଧ ପାନୀୟ ଜଳ ଯୋଗାଇଦେବାକୁ ବ୍ୟବସ୍ଥା କରିଥିବା ବେଳେ ହିଞ୍ଜିଳିକାଟୁ ସହରରେ ତାହାର ନଗ୍ନ ଚିତ୍ର ଦେଖିବାକୁ ମିଳିଛି | ଗ୍ରୀଷ୍ମଦିନ ନ ହେଉଣୁ ପୌର ପରିଷଦ ୫,୬ଓ୧୦ନଂ ୱାର୍ଡ଼ରେ ଘୋର ପାନୀୟ ଜଳ ସଙ୍କଟ ଦେଖାଯାଇଛି l ଲୋକ ମାନେ ପିଇବା ପାଣି ଟିକେ ପାଇଁ ଡହଳ ବିକଳ ହେଉ ଛନ୍ତି l ଅଭିଯୋଗ କଲେ ପୌର ପରିଷଦ ନିରବ ଦ୍ରଷ୍ଟା ସାଜିଛନ୍ତ। ମୁଖ୍ୟ ମନ୍ତ୍ରୀ ଫୋଟୋ ରେ ଜଳ ହିଁ ଜୀବନ ବୋର୍ଡ଼ ରେ ମୂଲ୍ୟ କଣ ତାହା ପ୍ରଶ୍ନ ବାଚୀ ସୃଷ୍ଟି ହୋଇଛି ବୋଲି କହିଛନ୍ତି ପାଟଣା ସାହି ବାସିନ୍ଦା ମାଗି ବେହେରା ।ପୌରପାଳିକା ଓ ଜନସ୍ବାସ୍ଥ୍ୟ ବିଭାଗ ଏ ୱାର୍ଡ଼ ପ୍ରତି ଦୃଷ୍ଟି ଆକର୍ଷଣ କରି ଘଟଣାର ଅନୁଧ୍ୟାନ କରି ପାନୀୟ ଜଳ ଯୋଗାଣ ହେଉନଥିବା ସାହି ଗୁଡିକରେ ପାନୀୟ ଜଳ ଯୋଗାଣ ପ୍ରତି ତୁରନ୍ତ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି

ad-week
Leave A Reply

Your email address will not be published.