
ହିଞ୍ଜିଳିକାଟୁ (୨୮।୪) : ହିଞ୍ଜିଳିକାଟୁ ପୌରପରିଷଦ ସଭା ଗୃହରେ ହିଞ୍ଜିଳିକାଟୁ ର ପ୍ରସିଦ୍ଧ ନୃସିଂହ ଯାତ୍ରା ନିମନ୍ତେ ପୌରପରିଷଦ ନିର୍ବାହୀ ଅଧିକାରୀ ଜୁବୁଲି ଚରଣ ବେହେରା ଙ୍କ ଅଧ୍ୟକ୍ଷତାରେ ଯାତ୍ରାର ସୁପରିଚାଳନା ନିମନ୍ତେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି।ଏହି ବୈଠକରେ ହିଞିଳିକାଟୁ ତହସିଲଦାର ପ୍ରଭାତ କୁମାର ପରିଡ଼ା ,ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ ,ବିଦ୍ୟୁତ ବିଭାଗ ସହକାରୀ ଯନ୍ତ୍ରୀ ସରୋଜ କୁମାର ମିଶ୍ର , ଜନ ସ୍ଵାସ୍ଥ୍ୟ ବିଭାଗ , ହିଞ୍ଜିଳିକାଟୁ ଅବକାରୀ ବିଭାଗ ଅଧିକାରୀଣୀ ସୁମିତ୍ରା ବିସି ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟ ତରଫରୁ ଡଃ ମାଧବ କୁମାର ସାହୁ,ଅଗ୍ନିଶମ ବିଭାଗ ଅଧିକାରୀ ଭଗରାଇ ମୁର୍ମୁ ହିଞ୍ଜିଳି ପୌରପରିଷଦ ଅନ୍ତର୍ଗତ ପାଟଣା ସାହି ସଭାପତି ବିଶ୍ବମ୍ବର ସାହୁ , ରଂଗୁଣି ସାହି ଯାତ୍ରା ସଭାପତି ଵଶୀଂଧର ସାହୁ ଓ କେଉଟ ସାହିର ଯାତ୍ରା କମିଟି ସଦସ୍ୟ ତଥା ଅଞ୍ଚଳ ର ବରିଷ୍ଠ ନାଗରିକ , ଆଇନଜୀବୀ ଓ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ। ବୈଠକ ସ୍ଵାସ୍ଥ୍ୟ,ପରିମଳ, ଵିଦ୍ୱୁତ ସରାବରାହ, ଶାନ୍ତି ଶୃଙ୍ଖଳା ଯାତ୍ରା ନିମନ୍ତେ ୩ଦିନ ମଦ ଦୋକାନ ବନ୍ଦ ଉପରେ ଆଲୋଚନା ହୋଇଥିଲା । ସମସ୍ତ ପ୍ରଶାସନ ଅଧିକାରୀ ଓ ସ୍ଥାନୀୟ ବ୍ୟକ୍ତିବିଶେଷଙ୍କ ସୁମତ୍ତାମତ୍ତ ପ୍ରକାରେ ଯାତ୍ରା ପରିଚାଳନା ପାଇଁ ନିଷ୍ପତ୍ତି ନିଆଯାଇଥିଲା।ଉକ୍ତ ବୈଠକରେ ଆଇନ ଶୃଙ୍ଖଳା ଉପରେ ଗୁରୁତ୍ୱ ଦିଆଜିବାସହ ଶାନ୍ତିଶୃଙ୍ଖଳାରେ ଯାତ୍ରା ସମାପନ ପାଇଁ ହିଞ୍ଜିଳି ପୌରପରିଷଦର ସମସ୍ତ ଜନସାଧାରଣଙ୍କୁ ସହଯୋଗ ପାଇଁ ଓ ସୁପରିଚାଳନାପାଇଁ ନିବେଦନ କରାଯାଇଥିବା ସୂଚନା।, କାଉନସିଲର ସୁଭାଷ ସାହୁ, ବସନ୍ତ ବେହେରା କେଉଟ ସାହି ଯାତ୍ରା କମିଟି ପକ୍ଷରୁ ପ୍ରମୋଦ ବେହେରା, ବିକ୍ରମ ବେହେରା, ହିମାଂଶୁ ବେହେରା, ଉଦୟ ବେହେରା, ଭିକା ବେହେରା, ଗୋପବନ୍ଧୁ ବେହେରା, ରଙ୍ଗୁଣୀ ସାହି ପକ୍ଷରୁ ଦିଲ୍ଲୀପ ବୈଠାରୁ, ରଜନୀକାନ୍ତ ସାହୁ, ପାଟଣା ସାହି ପକ୍ଷରୁ ବିଶ୍ବମ୍ବର ସାହୁ, ରାଜେନ୍ଦ୍ର ସାହୁ, ରବି ସାହୁ ପ୍ରମୁଖ ଉପସ୍ଥିତ ଥିଲେ।