
ଫୁଲବାଣୀ : କନ୍ଧମାଳ ଜିଲ୍ଲାର ନୂତନ ପେନସନଭୁକ୍ତ ପ୍ରାଥମିକ ଶିକ୍ଷକ ସଂଘର ସମସ୍ତ କର୍ମକର୍ତ୍ତା ସହ ପ୍ରତ୍ୟେକ ବ୍ଲକର କର୍ମକର୍ତ୍ତାମାନେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ଉପସ୍ଥିତ ରହି ୪ ଦଫା ସମ୍ମିଳୀତ ଏକ ଦାବିପତ୍ର ପ୍ରଦାନ କରିଥିଲେ l ଏହି ଦାବିପତ୍ର ରେ ୪ ଗୋଟି ମୁଖ୍ୟ ଗୁରୁତ୍ୱପୂର୍ଣ୍ଣ ବିଷୟସ୍ଥାନିତ କରାଯାଇଛି ସେଥିମଧ୍ୟରୁ ଶିକ୍ଷକଙ୍କ ପ୍ରୋମସନ, ବିଦ୍ୟାଳୟ ଦାୟିତ୍ୱ, ଏସ.ଇ.ବି.ସି ସର୍ଭେ ଓ ବିଭିନ୍ନ ସମସ୍ୟା ନେଇ ଅଧିକାରୀଙ୍କ ସହ ସାକ୍ଷାତ ସମ୍ୱନ୍ଧେ l କନ୍ଧମାଳ ଜିଲ୍ଲା ଶିକ୍ଷା ଅଧିକାରୀ ନୂତନ ପେନସନଭୁକ୍ତ ଶିକ୍ଷକ ମାନଙ୍କ ଦାବୀ ଗୁଡ଼ିକ ପ୍ରତି ଉପଯୁକ୍ତ ପଦକ୍ଷେପ ନେବେ ବୋଲି ନିର୍ଭର ପ୍ରତିଶୃତି ପ୍ରଦାନ କରିଥିଲେ l ଏହି ଜରୁରୀକାଳୀନ ବୈଠକ ରେ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ନୂତନ ପେନସନଭୁକ୍ତର ସଭାପତି କୁମର ପରାସେଠ, ସମ୍ପାଦକ ଶାନ୍ତନୁ କୁମାର ପ୍ରଧାନ, କାର୍ଯ୍ୟକାରୀ ସଭାପତି ସରୋଜ ସେଠି, ଉପ ସଭାପତି ଦିଲୀପ କୁମାର ଦିଗାଳ,ଯୁଗ୍ମ ସମ୍ପାଦକ ଉତ୍କଳ କେଶରୀ ବିଵର,ସାଙ୍ଗଠନିକ ସମ୍ପାଦକ ରାଜେଶ କୁମାର ନାୟକ, ଅରୁଣ ପାତ୍ର, ବିକ୍ରମ ଦିଗାଳ, ଅଜିତ କୁମାର ସାହାଣୀ, ସୁନୀଲ କୁମାର ଦିଗାଳ ଉପସ୍ଥିତ ଥିଲେ l ନୂତନ ପେନସନ ଭୁକ୍ତ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର ପରିଚାଳନା ସଦସ୍ୟଙ୍କ ଏଭଳି କାର୍ଯ୍ୟକ୍ରମକୁ ଜିଲ୍ଲା ର ସମଗ୍ର ନୂତନ ପେନସନ ଭୁକ୍ତ ପ୍ରାଥମିକ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଅନେକ ପ୍ରଶଂସା କରିଛନ୍ତି ସେମାନଙ୍କ ମଧ୍ୟରେ ଟିକାବାଲିରୁ ଅରବିନ୍ଦ ମହାପାତ୍ର, ନରେଶ ଭୋଇ, ଦୁର୍ଗା ପ୍ରସାଦ ସାହୁ, ବିଷ୍ଣୁ ପ୍ରସାଦ ହୋତା, ଅନିଲ ଆଚାରୀ, ଦାରିଙ୍ଗବାଡିରୁ ଦଣ୍ଡପାଣି ରଥ,ଶିବ ଶଙ୍କର ସାହୁ,ଚକାପାଦରୁ ଶାନ୍ତନୁ ପଟ୍ଟନାୟକ,ରାଜେଶ ଭୋଇ ଅନ୍ୟତମ l