ଟିକିରି କାଳ ବୈଶାଖି ପ୍ରଭାବରେ ବଜ୍ରାଘାତ : ୩ ନାବାଳକ ସାମାନ୍ଯ ଆହତ…

add-all


କାଶୀପୁର : ରାୟଗଡା ଜିଲା କାଶିପୁର ବ୍ଲକ ଟିକିରି ଝୋଡିଆ ସାହି ରେ ଆଜି ଅପରାହ୍ନ ୪ଘଣ୍ଟା ସମୟରେ ବଜ୍ରପାତ ଘୋଟି ୩ଜଣ ନାବାଳକ ଆହତ ହୋଇ ଟିକିରି ପ୍ରାଥମିକ ଚିକିତ୍ସାଳୟରେ ଚିକିତ୍ସିତ ହୋଉଛନ୍ତି।ଆହତ ହୋଇଥିବା ନାବାଳକ ମାନେ ହେଉଛନ୍ତି ଟିକିରି ଆଦିବାସୀ ସାହିର ସିମା ମାଝୀଙ୍କ ପୁଅସିଧ୍ୟାନ୍ତମାଝୀ(୧୪) ,ଟଙ୍କଧର ମାଝୀ ଙ୍କ ପୁଅକୁମାର ମାଝୀ (୧୪),ଧନେଶ୍ଵର ମାଝୀ ଙ୍କ ପୁଅ
ବିରେନ ମାଝୀ(୩)।ସାହି ପଛପଟ ଥିବା ଗୋଟିଏ ଗଛ ତଳେ ଏହି ପିଲାମାନେ ଖେଳୁଥିବା ସମୟରେ ବଜ୍ରାଘାତ ଘୋଟିବାରୁ ଅଚେତ ହୋଇ ତଳେପଡି ଥିବା ସମୟରେ ସ୍ଥାନୀୟ ଲକେ ଉଧ୍ୟାର କରି ଟିକିରି ପ୍ରାଥମିକ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ।୩ଜଣଙ୍କର ସ୍ବାସ୍ଥ ଅବସ୍ଥା ଠିକଥିବା ଡାକ୍ତର କହିଛନ୍ତି।

ad-week
Leave A Reply

Your email address will not be published.